ମହିଳା ସଂଗଠିକା ତଥା ସୁଲେଖିକା ମିନାକ୍ଷୀ ସାହୁଙ୍କ ପ୍ରଥମ ପୂଣ୍ୟତିଥି

ପାରଳାଖେମୁଣ୍ଡି, ୧୬ା୭ (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ଠାରେ ଥିବା ଆଶୀର୍ବାଦ ଭବନରେ ମହିଳା ସଂଗଠିକା ତଥା ସୁଲେଖିକା ମିନାକ୍ଷୀ ସାହୁଙ୍କ ପ୍ରଥମ ପୂଣ୍ୟତିଥିରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଅଗ୍ରଣୀ ମହିଳା ସଂଗଠନ “ଆକାଂକ୍ଷାର” ଉପଦେଷ୍ଠା ଡ.କଲ୍ୟାଣୀ ମିଶ୍ର, ସ୍ୱର୍ଣ୍ଣପ୍ରଭା ପାଠୀ, କାର୍ଯ୍ୟକାରୀଣି ସବାନେତ୍ରୀ ଆଶାଲତା ପାଣିଗ୍ରାହୀ, ସମ୍ପାଦିକା ମୀନା କୁମାର ଟହଲ, ଉପସଭାନେତ୍ରୀ ଅନିତା ମିଶ୍ର, ସଂଗଠନର ସଦସ୍ୟା ସରିତା ପାଣିଗ୍ରୀହ, ଭାଗ୍ୟଲତା ନାୟକ, ସୁନିତା ରଥ ପ୍ରମୁଖ ଯୋଗଦେଇ ଆକାଂକ୍ଷାର ପ୍ରାକ୍ତନ ସଭାନେତ୍ରୀ ମୀନାକ୍ଷୀଙ୍କ ସ୍ମୃତିଚାରଣ କରି ସଂଗଠନ ପ୍ରତି ତାଙ୍କର ଅବାଦାନ, ସମର୍ପିତ ଭାବନା ଓ ସଂଗଠନର କାର୍ଯ୍ୟରେ ନିଜକୁ ନିୟୋଜିତ କରି ଶେଷରେ କରୋନା ମହାମାରୀରେ ଆକ୍ରାନ୍ତ ହୋଇ ଗତବର୍ଷ କିପରି ମୃତ୍ୟୁବରଣ କରିଥିଲେ ସେ ବିଷୟରେ ନିଜ ନିଜ ବକ୍ତବ୍ୟ ରଖିଲେ । ବିଭିନ୍ନ ବାଧାବିଘ୍ନ ଓ ପ୍ରତିବନ୍ଧକ ସତ୍ତ୍ୱେ ଆକାଂକ୍ଷା ସଂଗଠନର କାର୍ଯ୍ୟକ୍ର ଜାରି ରଖିପାରିଲେ ମୀନାକ୍ଷୀଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ସମସ୍ତେ ମତ ପୋଷଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ