ବିଭିନ୍ନ ସ୍ଥାନରେ ଚାରାରୋପଣ ଓ ସଫେଇ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକର ବିଭିନ୍ନ ସ୍ଥାନରେ ସ୍ୱଚ୍ଛଭାରତ ଅନ୍ତର୍ଗତ ସଫେଇ କାର୍ଯ୍ୟକ୍ରମ ସହ ଚାରା ରୋପଣ କରାଯାଇଛି । ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୋଷାଣ ୀବ୍ଲକର ମାନିଙ୍ଗି ଗ୍ରାମ ଠାରା ମାନିଙ୍ଗି ଯୁବକ ସଂଘ ଦ୍ୱାରା ସଫେଇ କାର୍ଯ୍ୟକ୍ରମ ହୋଇଥିବା ବେଳେ ନୂଆଗଡ ବ୍ଲକର ଜିହବା ଯୁବ କଂଘ ଦ୍ୱାରା ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ କରାଯାଇଥିଲା । ଠିକ୍ ଏହିଭଳି ମୋହନା ବ୍ଲକର ଗୋବନ୍ଦପୁର ଗ୍ରାମ ଠାରେ ବିରିବର୍ସ ଯୁବକ ସଂଘ ଦ୍ୱାରା ସପେଇ କାର୍ଯ୍ୟକ୍ରମ ହୋଇଥିଲା । ଏହା ସହ ରାୟଗଡ ବ୍ଲକର କଇଁପୁର ଗ୍ରାମ ଠାରେ ଲୋକନାଥେଶ୍ୱର ଯୁବକ ସଂଘ ଦ୍ୱାରା ଚାରାରୋପଣ ହୋଇଥିବା ବେଳେ କାଶୀନଗର ବ୍ଲକର କେ.ସୀତାପୁର ଠାରେ ଝାନ୍ସୀରାଣୀ ଯୁବକ ସଂଘ ଦ୍ୱାରା ଚାରାରୋପଣ କରାଯାଇଥିବାର ଜିଲ୍ଲା ଯୁବ ଅଧିକାରୀ ମହାପାତ୍ରଙ୍କ ସୂତ୍ରରୁ ପ୍ରକାଶ ।

 
            
