ସରକାରୀ ଜମି ଜବରଦଖଲକୁ ନେଇ ଉତ୍ତେଜନା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଅଡବା ଗ୍ରାମର ଭିମା ଠାକୁରାଣୀ ମନ୍ଦିର ପରିଚାଳନା କମିଟି ପୂର୍ବପୁରୁଷ ଅମଳରୁ ସରକାରୀ ଗୋଚର ଜମିକୁ ମନ୍ଦିର ସକାଶେ ଜବର ଦଖଲ କରି ଆସିଥିଲେ । ସେଠାରେ ଶାଗୁଆନ ଗଛ ଲଗାଇ ଥିଲେ । ଉକ୍ତ ଜମିର ପ୍ଲଟ ନଂ ୬୯୯ ରହିଛି । ଉକ୍ତ ଜାଗାଟିକୁ ସଫା ସୁତୁରା କରି ଅଡବା ଗ୍ରାମବାସୀ ଗଛଲଗାଇ ଜଙ୍ଗଲ ସୃଷ୍ଟି କରିଥିଲେ । କିଛି ମାସ ହେଲା ଉକ୍ତ ଜାଗାରେ ଘୁଡାପଙ୍କା ଗ୍ରାମର କାମେଲ ନାୟକ ନିଜ ପରିବାରକୁ ନେଇ ସେଠାରେ ଜବର ଦଖଲ କରି ମାଟି ଝାଟି କୁଡିଆ କରିବା ପାଇଁ କିଛି ମୂଲ୍ୟବାନ ଗଛ କାଟି ଘର କରିଛନ୍ତି । ଏନେଇ ଅଡବା ଗ୍ରାମବାସୀ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟକୁ ଯାଇ ଗୋବିନ୍ଦ ପାତ୍ରଙ୍କୁ ଏ ସମ୍ପର୍କରେ ଲିଖିତ ଅଭିଯୋଗ ଜଣାଇଥିଲେ । ଆରଆଇ ମୋହନା ତହସିଲଦାରଙ୍କ ଠାରୁ ଅନୁମତି ଆଣି ୧ ମାସ ମଧ୍ୟରେ ସଠାରୁ ନାୟକଙ୍କ ପରିବାରକୁ ଉଚ୍ଛେଦ କରାଯିବ ବୋଲି କହିଥିଲେ । କିନ୍ତୁ ଏହା ମଧ୍ୟମରେ ଆଜକୁ ୪ ମାସ ବିତିଗଲାଣି ତଥାପି କୌଣସି ପଦକ୍ଷେପ ଆରଆଇ ନେଉନାହାନ୍ତି । ଏଣୁ ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଛି । ମନ୍ଦିରକୁ ଲାଗି ୨୫୯ ଖାତା ନଂ ପାଖରେ ଥିବାଜମି ବୈରାଗୀ ନାୟକ ନାମରେ ପଟ୍ଟାଥିବା ବେଳେ ସହି ସ୍ଥାନରେ ରହିଥିବା ଗଛକୁ କାଟି ଯୋର ଜବରଦସ୍ତ କମେଲ ନାୟକ ନିଜ ଅଧିନରେ ରଖିଥିବା ଅଭିଯୋଗ ହୋଇଛି । ଉକ୍ତ ସ୍ଥାନରୁ ଗଛ କାଟି କିଛି ବନ ବିଭାଗ ଅଧିକାରୀଙ୍କୁ ହାତ କରି ଖଟ ତିଆରି କରି ଦେଇଥିବା ଗ୍ରାମବାସୀ କହିଛନ୍ତି । ଏ ସମ୍ପର୍କରେ କାମେଲ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ମୋତେ ବନ ବିଭାଗ ଅଧିକାରୀ, ପୋଲିସ ପ୍ରଶାସନ, ଆରଆଇଙ୍କୁ ଜଣାଇ ମୁଁ ଗଛ କାଟି ଘର କରି ରହିଛି ଏବଂ ଏହି ଜାଗା ସରକାରୀ ଯାଗା ତେଣୁ ମୋତେ ଆର୍ଆଇ ଜବର ଦଖଲ କରି ରହିବା ପାଇଁ ଏବଂ ମୋ ନାମରେ ପଟ୍ଟା ହେବ ବୋଲି କହିଛନ୍ତି । ଅନ୍ୟ ମୌଜାରୁ ଆସି ନିଜର ଜମି ଥାଇ ମଧ୍ୟ ଅଡବା ମୌଜାରେ ଜମି ଜବର ଦଖଲ କରି ଗଛ କାଟି ରହିଲେ ଏବଂ ଗଛ କାଟିବା କଥା ସରକାରୀ କର୍ମାଚୀର ଜାଣି କାହିଁକି ଚୁପ ରହିଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରିକି ନାୟକଙ୍କ ପୁଅ ବୈରାଗୀ ନାୟକଙ୍କ ନାମରେ ଥିବା ପଟ୍ଟାକୁ ମାଗି ଆଣି ଋଣ କରାଇଦେବା କହି ଯାଗାର କାଗଜ ପତ୍ର ଆରଆଇଙ୍କୁ ଦେଇଥିଲେ । ତେବେ ଆରଆଇ କଣ ପାଇଁ ଗୋଟିଏ ପରିବାରକୁ ଘଣ୍ଟ ଘୋଡାଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଗ୍ରାମବାସୀ ସ୍ଥାନୀୟ ତହସିଲଦାର ଓ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଅଭିଯୋଗ ଦେବାର ଦୀର୍ଘମାସ ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ୧୦ ଦିନ ମଧ୍ୟରେ ଯଦି ସମସ୍ୟାର ସ୍ଥାୟୀ ସମାଧାନ ନ ହୁଏ ତେବେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

 
            
