ଜାତୀୟ ମେଧାବୃତ୍ତି ପରୀକ୍ଷାରେ ଅସ୍ମିତି ଆରିୟନଙ୍କ ସଫଳତା

ହାଟଡ଼ିହି,(ବିକାଶ ବିଶ୍ୱାଳ): ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ନବମ ଶ୍ରେଣୀର ଛାତ୍ର ଅସ୍ମିତି ଆରିୟନ ରାଉତ ୮ମ ଶ୍ରେଣୀ ଜାତୀୟ ମେଧାବୃତ୍ତି ପରୀକ୍ଷାରେ ସଫଳତା ଅର୍ଜନ କରି ସ୍କୁଲ ପାଇଁ ଗୌରବ ଆଣିଦେଇଛନ୍ତି । କୁଣ୍ଡିସାହି ଗ୍ରାମର କୃଷ୍ଣଚନ୍ଦ୍ର ରାଉତ ଓ ପଦ୍ମାବତୀ ରାଉତଙ୍କ ପୁଅ ଅସ୍ମିତି ଜଣେ ମେଧାବୀ ଛାତ୍ର ଭାବେ ପରିଚିତ । ତାଙ୍କର ଏପରି ସଫଳତା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ