କ୍ୟୁଓର ଲାଇଫ୍ ହେଲ୍ଥ ସାଇନ୍ସ ଉଦ୍ଘାଟନ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ଖାଲି ସହରାଞ୍ଚଳ ନୁହେଁ, ଗ୍ରାମାଞ୍ଚଳରେ ବି ଚିକିତ୍ସାର ସବୁ ବ୍ୟବସ୍ଥା ରହିବା ଦରକାର । ଏହି ଲକ୍ଷ୍ୟରେ ‘କ୍ୟୁଓର ଲାଇଫ୍ ହେଲଥ୍-ସାଇନ୍ସ ସଂସ୍ଥା ଏବେ ସାରା ଓଡି଼ଶାରେ ହେଲ୍ଥ ସେଣ୍ଟର ଖୋଲିବାକୁ ଯାଉଛି । ଝାରପଡ଼ାସ୍ଥିତ ଜଗନ୍ନାଥ ନଗର ଲେନ୍-୬ରେ ଏହାର ଏକ ଶାଖା ଖୋଲିଛି । ବର୍ଷ ଶେଷ ସୁଦ୍ଧା ଓଡି଼ଶାରେ ୪୦ରୁ ୫୦ଟି ହେଲଥ୍ ସେଣ୍ଟର ଖୋଲିବାକୁ ଟାର୍ଗେଟ ରଖିଛି । ସିନେ ଅଭିନେତା ବବି ମିଶ୍ର ଝାରପଡ଼ାସ୍ଥିତ ସେଣ୍ଟର ଉଦ୍ଘାଟନ କରିଥିଲେ । ଏହି ଅବସରରେ ସଂସ୍ଥାର ମ୍ୟାନେଜିଙ୍ଗ ପାର୍ଟନର ଆଦିତ୍ୟ କେଶରୀ ବଳ କହିଥିଲେ, କରୋନା ଭଳି ମହାମାରୀ ଯୋଗୁଁ ସାରା ବିଶ୍ୱ ଏବେ ସଙ୍କଟରେ । ସହରାଞ୍ଚଳକୁ ଛାଡି଼ଲେ, ଓଡି଼ଶାର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟର ଭିତ୍ତିଭୂମି ଅବସ୍ଥା ବେହାଲ । ଏଣୁ ରାଜ୍ୟର ଛୋଟ ବଜାରରେ ବି ସଂସ୍ଥାର ଶାଖା ଖୋଲିବାକୁ ଆଶା ରଖିଛୁ । ରାଜେଶ କୁମାର ନାୟକ କହିଥିଲେ, କ୍ୟୁଓର ଲାଇଫ୍ରେ ପାଥୋଲାବ୍ ଓ କ୍ଲିନିକ୍ର ସବୁ ସୁବିଧା ମିଳିବ । ଗରିବ ଲୋକଟିଏ କମ୍ ମୂଲ୍ୟରେ, ଉତ୍ତମ ସେବା ଓ ଚିକିତ୍ସା ପାଇପାରିବ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ନିଳାଞ୍ଚନା ଚାଟାର୍ଜୀ, ମୌସୁମୀ ମିଶ୍ର ଅତିଥି ଭାବେ ଉପସ୍ଥିତ ଥିଲେ ।

 
            
