ପ୍ରେମ ବିବାହ ପରେ ଧୋକା ଫେରାର ସ୍ୱାମୀ ଜେଲ୍ ରେ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ପାଟପୁର ଥାନା ପୋଲିସ ଶୁକ୍ରବାର ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି l ଗିରଫଜଣଙ୍କ ପି. ରାମଚନ୍ଦ୍ରପୁର ଗ୍ରାମର ସରୋଜ ସେଠୀ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି l ପ୍ରାୟ ଚାରି ବର୍ଷ ତଳେ ସରୋଜ ସେଠୀ ବ୍ରହ୍ମପୁର ଗଜପତି ନଗରର ଅଂଚଳର ମନିସା ସ୍ୱାଇଁଙ୍କୁ ଭଲ ପାଇ ବସିଥିଲେ l ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ପରେ ମନିସା ଓ ସରୋଜ ଉଭୟ ବିବାହ କରିବାକୁ ନିଷ୍ପତି ନେଇଥିଲେ କିନ୍ତୁ ଉଭୟ ପରିବାର ଉକ୍ତ ବିବାହକୁ ରାଜି ନହେବାରୁ ସରୋଜ ଓ ମନୀଷା ଘର ଛାଡ଼ି କେଉଁଆଡେ ଚାଲିଯାଇଥିଲେ l କିଛି ଦିନ ପରେ ଉଭୟ ବ୍ରହ୍ମପୁର ଫେରିଆସି ଗତ ୫ ମାସ ତଳେ ଗୋଟିଏ ମନ୍ଦିରରେ ଉଭୟ ବିବାହ କରିଥିଲେ l ପରେ ସରୋଜ ଓ ମନୀଷା ନୂଆପଡ଼ା ଗ୍ରାମରେ ଏକ ଘର ଭଡ଼ାକୁ ନେଇ ମିଶିକି ରହିଥିଲେ l ସେଠାରେ କିଛି ଦିନ ରହିବା ପରେ ସରୋଜ ଗ୍ରାମକୁ ଯିବି କାମ ଅଛି କହି ତାଙ୍କ ଘର ରାମଚନ୍ଦ୍ରପୁରକୁ ଆସି ଫେରିନଥିଲେ ପରେ ମନୀଷା ସରୋଜକୁ ଫୋନ୍ କରି ଡାକିଲେ ମଧ୍ଯ ସରୋଜ ଆଉ ଆସିଲେ ନାହିଁ l ଫଳରେ ମନୀଷା ତାଙ୍କ ଭଉଣୀ ଓ ସମ୍ପର୍କୀୟଙ୍କ ସହ ମିଶି ସରୋଜର ଘରେ ପହଞ୍ଚିଲେ କିନ୍ତୁ ସରୋଜଙ୍କ ପରିବାର ମନୀଷାକୁ ଘରେ ରଖିବା ପାଇଁ ରାଜି ନହେବାରୁ ଉଭୟ ପରିବାର ମଧ୍ୟରେ ଯୁକ୍ତିତର୍କ ହୋଇଥିଲା l ପରେ ମନୀଷା ସ୍ୱାଇଁ ପାଟପୁର ଥାନାରେ ଘଟଣନେଇ ଜଣାଇବା ସହ ଏତଲା ଦେଇଥିଲେ ଏନେଇ ପୋଲିସ ଥାନା କେଶ ନମ୍ବର ୨୨୮/୨୧ ଅନୁଯାଇ ଏକ ମାମଲା ରୁଜ୍ଜୁ କରି ସରୋଜକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣ ପଡିଛି, କୋର୍ଟରେ ସରୋଜକୁ ଜାମିନ ନମିଲିବାରୁ ତାକୁ ଜେଲ୍ ହାଜତ କୁ ପଠାଇ ଦିଆଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ