ଠକାମୀର ଶିକାର ହୋଇଥିବା ଯୁବକ ନ୍ୟାୟ ପାଇବାରୁ ବଞ୍ଚିତ

ବାରିକପୁର ,(ୱାଇଏନଏସ); ଭଣ୍ଡାରିପୋଖରୀ ଥାନା ନଗୁଁଆ ପଞ୍ଚାୟତ ଡଗରପଡା ଗ୍ରାମର ଜଣେ ଯୁବକ ସାଇବର ଠକେଇରେ ଶିକାର ହୋଇ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି । ସୂଚନା ଅନୁସାରେ ଗ୍ରାମର କମଳାକାନ୍ତ ମହାକୁଡଙ୍କ ନିକଟକୁ ଗତ ବର୍ଷ ଡିସେମ୍ବର ୨୯ତାରିଖ ଦିନ ଜଣେ ମହିଳା ଫୋନ କରିଥିଲେ । ଉକ୍ତ ମହିଳାଙ୍କ ସହ ସେ କଥାହେବା ସହ ସେତାଙ୍କୁ ଏକ ପାର୍ସଲ ପଠାଇଛି ବୋଲି ଫୋନ ଯୋଗେ କହିଥିଲେ । ପାର୍ସଲରେ ଲାପଟପ, ଆଇଫୋନ ଓ ଅନ୍ୟାନ୍ୟ ଗିଫ୍ଟ ସାମଗ୍ରୀ ରହିଛି ବୋଲି ମହିଳା ଜଣକ କମଳାକାନ୍ତଙ୍କୁ ଫୋନ ଯୋଗେ କହିଥିଲେ । ଏହାସହିତ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପଠାଇଲେ ପାର୍ସଲ ତୁମ ପାଖକୁ ଯିବ ବୋଲି ଯୁବକଙ୍କୁ ଜଣାଯାଇଥିଲା । ତାପରେ ଚଳିତବର୍ଷ ଜାନୁଆରୀ ୬ତାରିଖ ଦିନ ଅନୁରୂପ ଭାବେ ଜଣେ ଯୁବକ ଓ ଉକ୍ତ ମହିଳା କମଳାକାନ୍ତଙ୍କୁ ଫୋନ କରି ୟସ ବ୍ୟାଙ୍କ ନାମରେ ଆକାଉଣ୍ଟ ନମ୍ବର ଦେଇଥିଲେ । ସାଇବର ଠକଙ୍କ ଚକ୍ରବିହ୍ୟୁରେ ସେ ଫସିଯାଇ ପ୍ରଥମ କିସ୍ତିରେ ୩୭ହଜାର ଟଙ୍କା ଦେଇ ଏହିଭଳି ଚାରିଥରରେ ୩ଲକ୍ଷ ୨୦ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ପଠାଇଥିଲେ । ସାଇବର ଠକମାନେ କୌଶଳ କରି ଥରକୁ ଥର ବ୍ୟାଙ୍କ ଆକାଉଣ୍ଟ ନମ୍ବର ମଧ୍ୟ ପରିବର୍ତ୍ତନ କରିଥିଲେ । ଏତେ ଗୁଡାଏ ଟଙ୍କା ଦେଇସାରିବା ପରେ ଠକାମୀର ଶିକାର ହୋଇଥିବା କମଳାକାନ୍ତ ଜାଣିବାକୁ ପାଇଥିଲେ । ପରେ ଘଟଣା ସମ୍ପର୍କରେ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ୨୭/୨୧ରେ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ଏହା ସହିତ ଜାତୀୟ ସାଇବର କାର୍ଯ୍ୟାଳୟ ଦିଲ୍ଲୀ ଓ କଟକ ମୁଖ୍ୟ କାର୍ଯ୍ୟାଳୟକୁ ମଧ୍ୟ ଇ-ମେଲ ଯୋଗେ ଅଭିଯୋଗ ପଠାଇଥିଲେ । ଇତିମଧ୍ୟରେ ଘଟଣାକୁ ସାତମାସ ବିତି ଯାଇଥିଲେ ସୁଦ୍ଧା ଯୁବକ ଜଣକ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି । ବିଷେଶକରି ସାଇବର ବିଭାଗ ଏଦିଗରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା କମଳାକାନ୍ତ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ