ଦେଶୀ ମଦ ଭାଟି କର୍ମଚାରୀଙ୍କ ଆତ୍ମହତ୍ୟା
ବେଲଗୁଣ୍ଠା, (ସନ୍ତୋଷ କୁମାର ବିଷୋୟୀ):ବେଲଗୁଣ୍ଠା ଦେଶୀ ମଦ ଭାଟିରେ କାମ କରୁଥିବା ଜଣେ କର୍ମଚାରୀ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।ପୋଲିସ ସୁତ୍ରରୁ ମିଳିଥିବା ଖବର ଅନୁସାରେ, ମୃତ କର୍ମଚାରୀଙ୍କ ନାମ ବିକୁ କୁମାର ।ବୟସ ୨୬ ।ଘର ବିହାର ।ସେ ଏଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ।ଗତକାଲି ସଂଧ୍ୟାରେ ସେ କୌଣସି କାରଣରୁ ଏକ ପ୍ଳାଷ୍ଟିକ୍ ଡ୍ରମ୍ ଉପରେ ଚଢ଼ି ବେକରେ ରସି ଲଗାଇ ଝୁଲି ପଡିଥିଲା ।ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ କରାଇ ଅପମୃତ୍ୟୁ ମାମଲା ହସ୍ତାନ୍ତର କରିଥିବା ଜଣାପଡିଛି ।ଏ ନେଇ ବେଲଗୁଣ୍ଠା ଥାନାରେ ୧୪/୨୧ରେ ଏକ ମାମଲା ରୁଜ୍ଜୁ କରାଯାଇ ଘଟଣାର ତଦନ୍ତ ଚଳାଇଥିବା ଥାନାଧିକାରୀ ପ୍ରକାଶ କୁମାର ସାହୁ ଜଣାଇଛନ୍ତି ।

 
            
