ମୁକ୍ତା ସ୍କିମ ସମ୍ପର୍କରେ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ପୈାର ଟାଉନହଲ ପରିସରରେ ମିଶନଶକ୍ତି, ସମନ୍ୱିତ ଶିଶୁ ବିକାଶ ଯୋଜନା ଏବଂ ସହରାଞ୍ଚଳ ପୈାରକର୍ମଚାରୀମାନଙ୍କ ପାଇଁ ମୁକ୍ତା ସ୍କିମ ସମ୍ପର୍କରେ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ପୈାର ପ୍ରଶାସକ ତଥା ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ କେନ୍ଦ୍ରାପଡା ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ଜିଲ୍ଲା ମିଶନଶକ୍ତି ସଂଯୋଜକ କୈଳାସ ଚନ୍ଦ୍ର ସେନାପତି, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଚିନ୍ମୟୀ ରଥ, କେନ୍ଦ୍ରାପଡା ସିଡିପିଓ କବିତା ନାୟକ, ପଟ୍ଟାମୁଣ୍ଡାଇ ପୈାର ନିର୍ବାହୀ ଅଧିକାରୀ, ପଟ୍ଟାମୁଣ୍ଡାଇ ସିଡିପିଓ ମୁକ୍ତରୀ ବେଗମ ପ୍ରମୁଖ ଯୋଗଦେଇ ମୁକ୍ତା ସ୍କିମର ଲକ୍ଷ୍ୟ, ଉଦେଶ୍ୟ ଓ କାର୍ଯ୍ୟକାରୀତା ସମ୍ପର୍କରେ ଉପସ୍ଥିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର କର୍ମକର୍ତ୍ତା ଓ ସଦସ୍ୟାମାନଙ୍କୁ ଅବଗତ କରାଇଥିଲେ । ଜିଲ୍ଲାପାଳ ଅମ୍ରିତ ଋତୁରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା, ରାଜ୍ୟ ତଥା ଦେଶର ବିକାଶରେ ସାମିଲ ହୋଇ ଏହି ସ୍କିମ ମାଧ୍ୟମରେ ନିଜର ଆର୍ଥିକ ଅଭିବୃଦ୍ଧି ଜାରି ରଖିବାକୁ ଉପସ୍ଥିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର କର୍ମକର୍ତ୍ତାମାନଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଟ୍ଟାମୁଣ୍ଡାଇ ମିଶନଶକ୍ତି ଡିପିସି ପ୍ରଭୁ ଧବଳେଶ୍ୱର ପରିଡା, ତପସ୍ୱିନୀ ଦାସ, ପ୍ରଶାନ୍ତ ଦାସ, ଶୁଚିସ୍ମିତା ଜେନା, ମନୋରଞ୍ଜନ ଦାସ, ସଞ୍ଜୀବ ମହାନ୍ତି, ଅଶୋକ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ