ଡକାୟିତ ଯୋଜନା ପଣ୍ଡ ଜଣେ ଗିରଫ ବନ୍ଧୁକ ଜବତ

ବାଲେଶ୍ୱର,(ୱାଇଏନ୍‌ଏସ୍‌):ଗତକାଲି ସନ୍ଧ୍ୟାରେ ବଡ ଧରଣର ଡକାୟିତ ଯୋଜନା ଚାଲିଥିବାବେଳେ ଜଳେଶ୍ୱର ପୋଲିସ ପଣ୍ଡ କରିଛି । ଉକ୍ତ ଘଟଣାରେ ଜଣକୁ ଗିରଫ କରିଥିବା ୫ଜଣ ଫେରାର ହୋଇଯାଇଛନ୍ତି । ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ଜଳେଶ୍ୱର ବାଲିଆପାଳ ମୁଖ୍ୟ ରାସ୍ତାର କଣ୍ଟାପାଳ ଛକ ନିକଟରେ ୬ଜଣ ଦୁର୍ବୃତ୍ତ ଏକ ବଡ଼ ଧରଣର ଡକାୟିତ ଯୋଜନା କରୁଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ୱର ପୋଲିସ ଅତର୍କିତ ଚଢ଼ାଉ କରିଥିଲେ । ଘଟଣା ସ୍ଥଳରେ ୫ ଦୁର୍ବୃତ୍ତ ଫେରାର ହୋଇଯାଇଥିବାବେଳେ ଜଳେଶ୍ୱର ଥାନା କଣ୍ଟାପାଳ ଗ୍ରାମର ଚନ୍ଦ୍ରକାନ୍ତ ପାଳଙ୍କୁ ପୋଲିସ ଗିରଫ କରିବା ସହ ତା ନିକଟରୁ ଦୁଇ ରାଉଣ୍ଡ ଗୋଳି, ବନ୍ଧୁକ, ଲଙ୍କା ଗୁଣ୍ଡ, ମୋବାଇଲ ଓ ଗୋଟିଏ ସ୍କୁଟର ଜବତ କରିଛି । ପୂର୍ବରୁ ଚନ୍ଦ୍ରକାନ୍ତ ନାମରେ ଜଳେଶ୍ୱର ଥାନାରେ ଚୋରି ରାହାଜାନି ଘଟଣାରେ ଏକାଧିକ ମାମଲା ରହିଛି ବୋଲି ଜଳେଶ୍ୱର ପୋଲିସ ସୂତ୍ରରୁ ଜଣା ପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ