ଡାକ୍ତର ଅଲେଖ ଚନ୍ଦ୍ର ଦାସଙ୍କ ବିୟୋଗରେ କରଣ ସମାଜର ଶୋକ

କେନ୍ଦ୍ରାପଡ଼ା,(ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲା କରଣ ସମାଜର ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ଉପଦେଷ୍ଟା ଡାକ୍ତର ଅଲେଖ ଚନ୍ଦ୍ର ଦାସଙ୍କ ବିୟୋଗରେ ଅନୁଷ୍ଠାନ ପକ୍ଷରୁ ଶୋକବ୍ୟକ୍ତ କରାଯାଇଛି । ଏହି ଅବସରରେ ଆୟୋଜିତ ଭର୍ଚ୍ଚୁଆଲ ବୈଠକରେ ଉପସ୍ଥିତ ରହି ଅନୁଷ୍ଠାନର ସଦସ୍ୟମାନେ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିବା ସହିତ ୨ମିନିଟ ନିରବ ପ୍ରାର୍ଥନା କରିଥିଲେ । ଜିଲ୍ଲା କରଣ ସମାଜ ଗଠନରେ ଡାକ୍ତର ଦାସଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ କାର୍ଯ୍ୟଧାର ସମ୍ପର୍କରେ ସ୍ମୃତିଚାରଣ କରାଯାଇଥିଲା । ଏହି ସ୍ମୃତିସଭାରେ ଜିଲ୍ଲା କରଣ ସମାଜ ସଭାପତି ଡାକ୍ତର ରମାନାଥ ମହାନ୍ତି, ବରିଷ୍ଠ ଆଇନଜୀବି ଅକ୍ଷୟ କୁମାର ମହାନ୍ତି, ଡାକ୍ତର ବିଶ୍ୱ ପ୍ରକାଶ କାନୁନଗୋ, ରାଧାମୋହନ ଦାସ, ଶୈଳେନ୍ଦ୍ର ମହାନ୍ତି, ରାଜକିଶୋର ମହାନ୍ତି, ବିଜୟ କୁମାର ଦାସ, କୈଳାସ ଚନ୍ଦ୍ର ମହାନ୍ତି, ସଚିନନ୍ଦନ ଦାସ, ସୁଧାଂଶୁ ଶେଖର ରାୟ, ଦେବେନ୍ଦ୍ର କୁମାର ଦାସ, ପ୍ରଶାନ୍ତ କୁମାର ଦାସ,ଶରତ ଚନ୍ଦ୍ର ମହାନ୍ତି, ଲୋହିତ ମହାନ୍ତି, ଦିଲ୍ଲିପ କୁମାର ମହାନ୍ତି ଓ ମାତୃଦତ୍ତ ମହାନ୍ତି, ଚିତ୍ତରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାସଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ