ନକଲି ଓ ଚୋରା ମଦ ବ୍ୟବସାୟୀ କବ୍ଜାରେ କୋଣାର୍କ: ନିଘୋଡ଼ ନିଦ୍ରାରେ ଅବକାରୀ ବିଭାଗ
କୋଣାର୍କ, ( ଗଣେଶ ବେହେରା): କରୋନା ମହାମାରୀ ସମୟରେ ଲକଡାଉନ ଓ ସଟଡାଉନରେ ସବୁବନ୍ଦ ଥିବାବେଳେ ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କରେ ଏବେ ନକଲି ଓ ଚୋରା ମଦ ବ୍ୟବସାୟୀଙ୍କ କବ୍ଜାରେ । ଏଠାରେ ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନ ନିଘୋଡ଼ ନିଦ୍ରାରେ ଥିବା ଦେଖିବାକୁ ମିଳିଛି।ଖବରରୁ ପ୍ରକାଶ କୋଣାର୍କରେ ଥିବା ସରକାରୀ ମଦ ଦୋକାନରୁ ରାତିଅଧିଆ ଚଢ଼ା ଦରରେ ମୋଟା ଅଙ୍କରେ ମଦ ଉଠାଇ କିଛି ଚୋରା ବ୍ୟବସାୟୀ ନିଜ ଘରେ ରଖି ଖୁଲମଖୁଲା ବ୍ୟବସାୟ କରୁଥିବା ବେଳେ କୋଣାର୍କରେ ଥିବା କିଛି ବ୍ୟବସାୟୀଙ୍କ ଦୋକାନରେ ରଖି ବେପାର କରୁଥିବା ଦେଖିବାକୁ ମିଳୁଛି।ଏଠାକୁ ମଧ୍ୟ ବାହାର ଜାଗାରୁ କିଛି ନକଲି ମଦ ବ୍ୟବସାୟୀ କମ ଦାମରେ ମଦ ଦେଇ ଯାଉଥିବା ବେଳେ ଏଠିକାର ଚୋରା ବ୍ୟବସାୟୀ ତାକୁ ଦୋକାନ ମାନଙ୍କରେ ଦେଇ ମୋଟା ଅଙ୍କରେ ଲାଭ କରୁଥିବା ଦେଖିବାକୁ ମିଳିଛି।ଏଠାରେ ଅବକାରୀ ବିଭାଗର ଅଧିକାରୀ ରହୁଥିବା ବେଳେ ଚୋରା ବେପାରୀ ଏଠାରେ ଖୁଲମ ଖୁଲା ବେପାର ଚଳାଇଛନ୍ତି।କରୋନା କଟକଣା ହେତୁ କୋଣାର୍କ ମନ୍ଦିର ବନ୍ଦ ଥିବାରୁ ସ୍ଥାନୀୟ ଲୋକଙ୍କ ରୋଜଗାର ନଥିବା ବେଳେ ଏଠାରେ ଚୋରା ମଦ ବେପାରୀ ଚଢା ଦରରେ ମଦ ବେପାର କରି ଲୋକମାନଙ୍କୁ ଠକୁଥିବା ହେତୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।ନା ଏଠି ଚଢ଼ାଉ କରୁଛି ପୋଲିସ କି ଅବକାରୀ ବିଭାଗ।ଏଠାରେ ଚୋରା ମଦ ବେପାରୀଙ୍କ ପଦ୍ରୁଭାବ ବୃଦ୍ଧି ପାଉଥାବା ବେଳେ ପ୍ରଶାସନ ଚୁପ କାହିଁକି।ଚନ୍ଦ୍ରଭାଗା ନୋଳିଆ ସାହିରେ ମଧ୍ୟ ବହୁ ପରିମାଣର ଅପମିଶ୍ରିତ ନକଲି ମଦ ବେପାର ଚାଲିଛି ।ସାହିରେ ଏକ ସରକାରୀ ସୀକୃତି ପ୍ରାପ୍ତ ଆସ୍କାଫଟି କାଉଣ୍ଟର ଥିବାବେଳେ ଏଠାକୁ ବାହାରୁ ବହୁ ପ୍ରକାର ଦେଶୀ ଓ ବିଦେଶୀ ନକଲି ଅପ ମିଶ୍ରିତ ମଦ ଆସି ଖୁଲମ ଖୁଲା ବେପାର ଚାଲିଛି।ଉକ୍ତ ସାହିରେ ପାନ ଦୋକାନ ଠାରୁ ଆରମ୍ଭ କରି ନକଲି କ୍ଲିନିକି ରେ ମଧ୍ୟ ମଦ ବେପାର ଚାଲିଛି।ଏଠାରୁ ପୋଲିସ ଓ ଅବକାରୀ ବିଭାଗ ମୋଟା ଅଙ୍କରେ ବଟି ନେଇ ଚୁପ ରହୁଥିବା ଚର୍ଚ୍ଚା ଜୋର ଧରିଛି।କରୋନା ମହାମାରୀ କବଳରେ ପଡି ମଣିଷର ଏଠି ରୋଜଗାର ନଥିବା ବେଳେ ଏଠି ନକଲି ଚୋରାମଦ ବେପାରୀ କୋଣାର୍କ ତଥା ଆଖପାଖ ଅଂଚଳରେ ଲୁଟୁଥିବା ବା ମରଣ ମୁହଁକୁ ଟାଣୁ ଥିବାରୁ ସାଧାରଣରେ ବିରୋଧ କରାଯିବା ସହ ଜନ ଅସନ୍ତୋଷ ପ୍ରକାଶ ପାଉଛି।ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ଚଢ଼ାଉ ଜୋରଦାର ନକରା ଗଲେ ଆଗାମୀ ଦିନରେ ଆନ୍ଦୋଳନ ଦାନା ବାନ୍ଧିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।

 
            
