ଲାଞ୍ଚ ନେଇ ୨ ଯନ୍ତ୍ରୀ ଗିରଫ

ଭୁବନେଶ୍ୱର : ଓଟିଡିସିରେ କାର୍ଯ୍ୟରତ ସହାୟକ ନିର୍ବାହୀ ଯନ୍ତ୍ରୀ ପ୍ରଭାତ ନାୟକ ଓ ଯନ୍ତ୍ରୀ କ୍ଷୀରୋଦ ଆଚାର୍ଯ୍ୟ ନୂଆପଡ଼ାର ପଥରା ଡ୍ୟାମ ନିକଟରେ ପାନ୍ଥିକା ନିର୍ମାଣ କାର୍ଯ୍ୟ କରୁଥିବା ଠିକାଦାରଙ୍କୁଠୁ ଏକ ଲକ୍ଷ ଟଙ୍କା ଲାଂଚ ଦାବି କରିଥିଲେ। ଉଭୟ ଯନ୍ତ୍ରୀଙ୍କୁ ଆଜି ଭୁବନେଶ୍ୱରସ୍ଥିତ ରାଜାରାଣୀ ପାର୍କ ନିକଟରେ ଏହି ଲାଂଚ ଟଙ୍କା ଦିଆଯାଉଥିବାବେଳେ ଭିଜିଲାନ୍ସ ଚଢ଼ଉ କରି ଧରିଛି।ଘଟଣାସ୍ଥଳରୁ ଯନ୍ତ୍ରୀ ଶ୍ରୀ ନାୟକଙ୍କ ପକେଟରୁ ଏହି ଅର୍ଥ ଜବତ କରାଯାଇଥିଲା। ଜବତ ଟଙ୍କା କେମିକାଲଯୁକ୍ତ ଥିବା ପ୍ରମାଣିତ ହେବାପରେ ଉଭୟଙ୍କ ଭୁବନେଶ୍ୱରର ଟଙ୍କପାଣି ରୋଡରେ ଥିବା ଭଡ଼ାଘର ଏବଂ ସେମାନଙ୍କ ପୈତୃକ ବାସଭବନରେ ଚଢ଼ଉ କରାଯାଇଥିଲା। ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ବିରୁଦ୍ଧରେ କୋରାପୁଟ ଭିଜିଲାନ୍ସ ଥାନାରେ ଗତକାଲି ଏକ କେସ୍ ରୁଜୁ ହୋଇଛି। ଉଭୟ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ଓଟିଡିସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ