ଅନ୍ଧ ବିଶ୍ୱାସରେ ଆକ୍ରମଣ ୧୮ ଜଣ ଗିରଫ

ପୋଲସରା, (ଅନିଲ କୁମାରମହାରଣା):ବିଶ୍ୱ ଏକବିଂଶ ଶତାଦ୍ଦୀରେ ଗତିକରୀ ପୃଥିବୀରୁ ଯାଇ ଚନ୍ଦ୍ର ଓ ମଙ୍ଗଳ ରେ ବସବାସ କରିବାକୁ ଉଦ୍ୟମ କରୁଥିବା ବେଳେ ଲୋକମାନେ ଗୁଣି ଗାରେଡି ପରି ଅନ୍ଧ ବିଶ୍ୱାସରେ ବିଶ୍ବାସ କରି ଆକ୍ରମଣ କରି ଗିରଫ ହେବା ଆଜିର ସମାଜରେ ଏକ ଲଜ୍ୟା ଜଣକ ଘଟଣା କହିଲେ ଅତ୍ୟୁକ୍ତି ହେବନାହିଁ। ପୋଲସରା ବ୍ଲକ ଚିରିକିପଡା ଶାସନ ଗ୍ରାମରେ ଗୁଣି ଗାରେଡି ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ଆକ୍ରମଣ ଅଭିଯୋଗରେ ପୋଲସରା ପୋଲିସ ୧୮ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଚିରିକିପଡା ଶାସନ ଖଦାଳ ସାହିର ଛଅ ଜଣ ବ୍ୟକ୍ତିଙ୍କ ଦେଢ଼ ମାସ ମଧ୍ୟରେ ମୃତ୍ୟୁ ଘଟିଥିବା ବେଳେ ସାହିର ବିମଳ ନାହାକ ଗୁଣିକରି ମାରିଦେଇଥିବା ସନ୍ଦେହରେ ସାହିଲୋକ ମେଳିହୋଇ ବିମଳ, ତାଙ୍କ ପତ୍ନୀ ଓ ପୁଅକୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ବିମଳଙ୍କ ବଡ ପୁଅ ମୃତ୍ୟୁଞ୍ଜୟ ନାହାକଙ୍କ ଅଭିଯୋଗ ପ୍ରକାରେ ପୋଲସରା ଥାନା କେଶ ନଂ ୨୪୬/୨୧ ପ୍ରକାରେ ଏକ ମାମଲା ପଞ୍ଜିକୃତ ହୋଇ ଅନୁସନ୍ଧାନ ଜାରି ରହିଥିଲା। ଏତଲା ପ୍ରକାରେ ପୋଲିସ ଚିରିକିପଡା ଶାସନ ଗ୍ରାମର ଖଦାଳ ସାହିର ୧୮ ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କାରାଯାଇଥିବା ନେଇ ପୋଲସରା ଥାନା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ