ବିଧାୟକଙ୍କ ବିଭିନ୍ନ ପଞ୍ଚାୟତ ରେ ଉନ୍ନୟନ କାର୍ଯ୍ୟ ପରିଦର୍ଶନ

ଗଞ୍ଜାମ, (ବିନୋଦ କୁମାର ପଲେଇ):ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଗଞ୍ଜାମ ବ୍ଲକ ବିଭିନ୍ନ ପଞ୍ଚାୟତ ଗ୍ରସ୍ଥ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି।ପୋଇରାଶି ପଞ୍ଚାୟତ ର ବଡ଼ଚକଡ଼ା ଗ୍ରାମରେ ଏକ କୋଟି ବ୍ୟୟ ଅଟକାଳରେ ନିର୍ମାଣଧୀନ ଗୋଶାଳା,କଲ୍ୟାଣ ମଣ୍ଡପ,ରୁରାଲ ପାର୍କ।ମଲାଡ଼ ପଞ୍ଚାୟତ ରେ କମ୍ପୋଷ୍ଟିଙ୍ଗ ୟୁନିଟ,କଲ୍ୟାଣ ମଣ୍ଡପ,ବହୁଦିନ ହେଲା ପଡିରହିଥିବା ପଣିବନ୍ଧ ଗ୍ରାମ ବଜାର ଗୃହ।ସନ୍ତୋଷପୁର ୟୁପି ସ୍କୁଲ।ହୁମ୍ମା ବିରଭଦ୍ର ହାଇସ୍କୁଲରେ ମୋସ୍କୁଲ ଓ 5ଟି ନୂତନ ପଞ୍ଚାୟତ ବିଲଡିଂ,କଲ୍ୟାଣ ମଣ୍ଡପ ,ପଞ୍ଚାୟତ ଲାଇବ୍ରେରୀ,ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ମାର୍ଟ କ୍ଳାସ ରୁମ କାର୍ଯ୍ୟର ସମୀକ୍ଷା କରିଥିଲେ।ଏହି ଗ୍ରସ୍ଥ ସମୟରେ ବିଡ଼ିଓ ବିଡ଼ିଓ ବିଶ୍ୱଜିତ ରାୟ,ସହକାରୀ ଯନ୍ତ୍ରୀ ବଂଶୀଧର ପରିଡା,ଗଞ୍ଜାମ ବ୍ଲକ ଯୁବନେତା ଅନ୍ତର୍ଯ୍ୟାମୀ ବେହେରା,ମଲାଡ଼ ସରପଞ୍ଚ ପ୍ରଭାତ ସେଠି ଗ୍ରାମ୍ୟ ସଭାପତି ଦୁର୍ଯ୍ୟଧାନ ସାହୁ, ପୋଇରାଶି ପୂର୍ବତନ ସମିତି ସଭ୍ୟ ବନବାସୀ ଖୁଣ୍ଟିଆ,କନିଷ୍ଟ ଯନ୍ତ୍ରୀ,ବିଭିନ୍ନ ପଞ୍ଚାୟତ ର ଲୋକ ପ୍ରତିନିଧି ପିଆରଆଇ ମେମ୍ବର ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ