ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ସ୍ମାରକପତ୍ର
ବୁଗୁଡା, (ଅନିଲ କୁମାରମହାରଣା):ଓଡିଶା ରାଜ୍ୟ ମିଳିତ ସାବଲମ୍ବୀ କାରୀଗର ସଂଘ ପକ୍ଷରୁ ବୁଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହୋଦୟଙ୍କୁ ଜୁଲାଇ ୧୯ ତାରିଖ ଦିନ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଅପରାହ୍ନରେ ବୁଗୁଡା ଶାଖା ସ୍ବାବଲମ୍ବୀ କାରୀଗର ଓ ପାଣି ପମ୍ପ ଚାଳକ ସଂଘ ସଭାପତି ଦେବରାଜ ଡାକୁଆଙ୍କ ନେତୃତ୍ୱରେ ବିଭିନ୍ନ ଦାବିକୁ ନେଇ ଏକ ସ୍ମାରକପତ୍ର ବୁଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ରଙ୍କୁ ପ୍ରଦାନ କରିଥିଲେ।ପାଞ୍ଚଟି ଦାବି ଅସ୍ବାବଲମ୍ବୀ କାରୀଗର ଓ ପମ୍ପଚାଳକ ମାନଙ୍କୁ କରୋନା ଯୋଦ୍ଧା ମାନ୍ୟତା ପ୍ରଦାନ, ପ୍ରତ୍ୟେକ ମାସରେ ନିୟମିତ ପାରିଶ୍ରମିକ,ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ, କାର୍ଯ୍ଯରତ କର୍ମଚାରୀ ମାନଙ୍କ ଅକାଳ ମୃତ୍ୟୁରେ ପରିବାରକୁ ଅନ୍ଯୁନ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଏବଂ କରୋନା ସମୟରେ ମୃତ୍ୟୁ ବରଣ କରିଥିବା ପରିବାରକୁ ଅନୁକମ୍ପା ମୂଳକ ଆବଶ୍ୟକ ଆର୍ଥିକ ସହାୟତା ପ୍ରଦାନ ପାଞ୍ଚ ଗୋଟି ଦାବି ବିଷୟ ନେଇ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।ସଂଘ ସମ୍ପାଦକ ସନ୍ତୋଷ କୁମାର ପଣ୍ଡିତ,ଅରୁଣ କୁମାର ପଣ୍ଡା, ରୋହିତ ଜେନା,ଦୟାନିଧି ମହାରଣା, ସାଇରାମ ପ୍ରଧାନ, ଯୋଗେନ୍ଦ୍ର ସାହୁ, ଖେତ୍ରବାସୀ ପ୍ରଧାନ, ଅରୁଣ କୁମାର ଭୋଳ,ଲିଙ୍ଗରାଜ ଡାଙ୍ଗୁଆ ସମେତ ସନସ୍ତ କର୍ମଚାରୀ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ରହିଥିଲେ।

 
            
