ଭଗବତ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ

ପୋଲସରା, (ଅନିଲ କୁମାରମହାରଣା):ମହାମାରୀ କୋଭିଡି ସମୟରେ ବହୁ ପରିବାର ନିଜର ବୃର୍ତ୍ତି ହରାଇ ଥିବା ବେଳେ କିଛି ନିଜ ପରିବାରର ମୁରବିଙ୍କୁ ହରାଇ ଅସହାୟ ଅବସ୍ଥାରେ ଦିନକାଟୁ ଥିବା ଦେଖିବାକୁ ମିଳିଛି । ସେହି ନିଃସହାୟ ପରିବାରକୁ ବ୍ରହ୍ମପୁର ସ୍ଥିତ ଭଗବତ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଜୁଲାଇ ୧୯ ତାରିଖ ଦିନ ପୋଲସରା ମୁଖ୍ୟ ସଡ଼କର ୨୦ ଟି ଅସହାୟ ପରିବାରକୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି । ଟ୍ରଷ୍ଟର ସଭାପତି ଏସ୍. ପ୍ରକାଶ ଚନ୍ଦ୍ର ପାତ୍ର, ପୂର୍ବତନ ଏନ୍.ଏ.ସି ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ , ସାମ୍ବାଦିକ ମନୋଜ କୁମାର ଘଡେଇ , ଋଷିକୂଲ୍ୟା ରୟତ ମହାସଭା ସଭାପତି ସତ୍ୟବାନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ନିଃସହାୟ ବିଧବା ମହିଳା ଓ ଗରୀବ ଶ୍ରେଣୀର ଲୋକଙ୍କୁ ରାସନ ସାମଗ୍ରୀ ପ୍ରଦାନ କରିଥିଲେ । ଟ୍ରଷ୍ଟ ପକ୍ଷରୁ ନିଃସହାୟ ମାନଙ୍କୁ ସହଯୋଗର ହାତ ବଢ଼ାଇ ଚାଉଳ , ଡାଲି ,ସୂଜୀ, ଚୁଡା, ତେଲ ଓ ମଟରଚଣା ଆଦି ରାସନ ସାମଗ୍ରୀ ପ୍ରଦାନ କରାଯାଇଛି । ଭଗଗତ ଚାରିଟେବୁଲ ଟ୍ରଷ୍ଟର ସଭାପତି ପ୍ରକାଶ ଚନ୍ଦ୍ର ପାତ୍ର ପୋଲସରା ମାଳିସାହିର ଜନ୍ମ ଗ୍ରହଣ କରିଥିବା ବେଳେ ବର୍ତ୍ତମାନ ସେ ବ୍ରହ୍ମପୁର ସହରରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ଜଣାଶୁଣା ହୋଇ ଲୋକଙ୍କ ସେବାରେ ନିୟୋଜିତ ଅଛନ୍ତି। ଭଗବତ ଟ୍ରଷ୍ଟର ସଭାପତି ଶ୍ରୀ ପାତ୍ରଙ୍କ ଉଦ୍ୟମକୁ ବୁଦ୍ଧିଜୀବୀ ବୃନ୍ଦ ଉଚ୍ଚ ପ୍ରଶଂସା କରିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ