ବାହୁଡ଼ାଯାତ୍ରା ଅବସରରେ ରାସ୍ତା ର ଦୁଇପାଶ୍ୱରେ ଆମ୍ବଟାକୁ ଆରୋପଣ
ନିମାପଡା, (ସନ୍ତୋଷ ଦାଶ):ପବିତ୍ର ବାହୁଡା଼ଯାତ୍ରା ଅବସରରେ ଯୁବ ପରିବେଶବିତ ତଥା ସାମ୍ବାଦିକ ଜ୍ଞାନ ରଞ୍ଜନ ବିଶ୍ଵାଳଙ୍କ ଦ୍ବାରା କୋଣାର୍କ – କାକଟପୁର ମୁଖ୍ୟ ରାସ୍ତା ଜମରା ଗ୍ରାମ ନିକଟ ରାସ୍ତା ଦୁଇ ପାର୍ଶ୍ଵରେ ପାଞ୍ଚଶହ ଆମ୍ବ ଟାକୁଆ ରୋପଣ କରାଯାଇଛି। ପୂର୍ବରୁ ନିଜ ଘରୁ ଆମ୍ବ ଟାକୁଆ ସଂଗ୍ରହ କରି ରଖିଥିବା ମଞ୍ଜିକୁ ପବିତ୍ର ବାହୁଡା଼ ରଥଯାତ୍ରା ଅବସରରେ ସେ ରୋପଣ କରିଛନ୍ତି । ପ୍ରଶସ୍ତିକରଣ କାର୍ଯ୍ୟ ଯୋଗୁଁ ରାସ୍ତା ର ଦୁଇ ପାଶ୍ୱ ରେ ଥିବା ସମସ୍ତ ବୃକ୍ଷ କଟାଯାଇ ସlରିଛି। ରାସ୍ତା ପାର୍ଶ୍ବ ବନୀକରଣ, ପଥିକଙ୍କୁ ଛାୟା ଓ ଫଳ ପ୍ରଦାନ ନିମନ୍ତେ ମ୍ୟାଙ୍ଗୋ ମିଶନ ନାମରେ ଏହି ନୂତନ ଆଭିମୁଖ୍ୟ ନେଇ ଆମ୍ବ ଟାକୁଆ ରୋପଣ କରାଯାଇଛି। ଆଗାମୀ ଦିନରେ ରାସ୍ତା କଡ଼ ଓ ଖାଲି ଥିବା ସ୍ଥାନରେ ଆମ୍ବ ଗଛ ଲଗାଯିବ ବୋଲି ବୃକ୍ଷପ୍ରେମୀ ଶ୍ରୀ ବିଶ୍ଵାଳ ପ୍ରକାଶ କରିଛନ୍ତି l ତାଙ୍କ ର ଏହି ମହତ କାର୍ଯ୍ୟ କୁ ସବୁ ମହଲ ରେ ପ୍ରଶଂସା କରାଯାଇଛି l

 
            
