ପ୍ରଫେସର ପ୍ରହଲ୍ଲାଦ ପଣ୍ଡାଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ସ୍ମୃତି ଚାରଣ ସଭା

ବ୍ରହ୍ମପୁର, (ଅନିଲ କୁମାର): ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚର ବରିଷ୍ଠ ଉପଦେଷ୍ଟା ବିଶିଷ୍ଟ ମହାନାୟକ ତଥା ଅର୍ଥନୀତିଜ୍ଞ ପ୍ରଫେସର ପ୍ରହଲ୍ଲାଦ ପଣ୍ଡାଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ପୁର୍ଣ୍ୟତିଥିରେ ଡ଼ଃ. ଶିବ ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ଆଜି ଏକ ସ୍ମୃତିସଭା ସ୍ଥାନୀୟ ଟେକ୍ନୋ ଅଫିସରେ ଅନୁଷ୍ଠିତ ହୋଇଯାଇଛି l ପ୍ରଫେସର ପ୍ରହଲ୍ଲାଦ ପଣ୍ଡା କେବଳ ଗଞ୍ଜାମ ଜିଲ୍ଲା ନୁହଁ ସାରା ଦକ୍ଷିଣ ଓଡିଶାର ବିକାଶ ନିମନ୍ତେ ଜୀବନର ଅନ୍ତିମ କ୍ଷଣ ଯାଏଁ ଅତି ନିର୍ଭୀକ ସ୍ପଷ୍ଟ ଓ ସ୍ୱାଭିମାନର ଭାଷାରେ ଲୋକଙ୍କ ସ୍ୱାର୍ଥ ପାଇଁ ସ୍ୱର ଉଠାଉଥିଲେ l ସେ ଥିଲେ ଜଣେ ଦରଦୀ ମଣିଷ ଏବଂ ଆଦର୍ଶ ବ୍ୟକ୍ତିତ୍ୱ ବୋଲି ଆଜିର ଶ୍ରଦ୍ଧାଞ୍ଜଳି ସଭାରେ ଆଲୋଚନl ହୋଇଥିଲା ll ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡିଶା ପ୍ରତି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଅବହେଳା ଅବକାଶରେ ଆଲୋଚକମାନେ ଦକ୍ଷିଣ ଓଡିଶା ବିକାଶ ପରିଷଦ ପ୍ରତିଷ୍ଠା ହେଲେ ପ୍ରଫେସର ପ୍ରହଲ୍ଲାଦ ପଣ୍ଡାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତ ପ୍ରକାଶ କରିଥିଲେ ll ଏହି ସ୍ମୃତିଚାରଣ ସଭାରେ ଅବନୀ ଗୟା, ଡ଼ା. ସାଗର ରଞ୍ଜନ ତ୍ରିପାଠୀ, ଏସ କେ. ଲିଙ୍ଗମ, ଇଁ. ଜଗନ୍ନାଥ ପାଢ଼ୀ, ସୁଷମା ପଣ୍ଡା, ମାନସ ରଞ୍ଜନ ପାତ୍ର, ବିଶ୍ଵଦେବ, ସୁଜ୍ଞାନୀ ନନ୍ଦ, ବାସୁଦେବ ସାହୁକାର, ଲକ୍ଷ୍ମୀ ଚରଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ l ଶେଷରେ ମାନସ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ