ବଳଦ ଆଘାତରେ ମହିଳା ମୃତ୍ୟୁ

ବାରିକପୁର, (ଦୁର୍ଯ୍ୟୋଧନଲେଙ୍କା): ଭଣ୍ଡାରିପୋଖରୀ ଥାନା ବିଷ୍ଣୁପୁର ପଂଚାୟତ ଚିଙ୍ଗୁଡ଼ିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ଭାସ୍କର ସାମଲଙ୍କ ପତ୍ନୀ ଆରତୀ (୪୮)ଙ୍କୁ ଗୃହ ପାଳିତ ବଳଦ ଆଘାତ ଦେବାରୁ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଆରତୀ ଆଜି ଦିନ ପ୍ରାୟ ୪.୩୦ମି. ସମୟରେ ଘର ପାଖ ବାଡିରୁ ବଳଦକୁ ଆଣୁଥିବା ବେଳେ ତା ସିଂଘ ଦ୍ୱାରା ଆଘାତପ୍ରାପ୍ତ ହୋଇଥିଲେ। ସଂଜ୍ଞାହୀନ ଅବସ୍ଥାରେ ତାଙ୍କୁ ଭଦ୍ରକ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ଆରତୀଙ୍କୁ ମୃତ ଘୋଷଣା କରିଥିଲେ। ଏଥିରେ ଆରତୀଙ୍କ ଛାତିରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଏଭଳି ଦୁର୍ଘଟଣାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ