ଧାନ ପଞ୍ଜିକରଣ ବ୍ୟବସ୍ଥାକୁ ନେଇ ବୈଠକ
ବାରିକପୁର, (ଦୁର୍ଯ୍ୟୋଧନଲେଙ୍କା): ବାଲେଶ୍ୱର ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଭଣ୍ଡାରିପୋଖରୀ ଶାଖା ଠାରେ ଧାନ କ୍ରୟ ବାବଦୀୟ ପଞ୍ଜିକରଣ ବ୍ୟବସ୍ଥାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶାଖା ପରିଚାଳକ ମାନସ ରଞ୍ଜନ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ସହକାରୀ ନିବନ୍ଧକ ବିକାଶ ଚନ୍ଦ୍ର ନାୟକ ଓ ପଞ୍ଜିକରଣ ବ୍ୟବସ୍ଥା ତଦାରଖ ଅଧିକାରୀ ସତ୍ୟପ୍ରକାଶ ସେଠୀ ଯୋଗ ଦେଇଥିଲେ। ଚଳିତବର୍ଷ ଖରିଫ ଧାନକ୍ରୟ କେଉଁଭଳି ସୁଚାରୁରୂପେ ହୋଇପାରିବ ସେନେଇ ଅଧିକାରୀ ଦ୍ୱୟ ଉପସ୍ଥିତ ସମିତି ସମ୍ପାଦକଙ୍କ ସହିତ ଆଲୋଚନା କରିଥିଲେ। ବିଶେଷକରି ପଞ୍ଜିକରଣ ବ୍ୟବସ୍ଥାରେ ସ୍ୱଚ୍ଛତା ଅବଲମ୍ବନ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଏଥିରେ ସମିତି ସମ୍ପାଦକ ରବୀନ୍ଦ୍ର ମହାନ୍ତି, ଜୟନ୍ତ କୁମାର ଭୋଇ, ରାଜେନ୍ଦ୍ର କୁମାର ଖଣ୍ଡାଇ, ସୁମନ୍ତ ସେନାପତି, ପିନାକ୍ଷୀ ରଞ୍ଜନ ଦାଶ, ସନ୍ତୋଷ ଦାସ, ସୌମ୍ୟରଂଜନ ପଣ୍ଡା, ସୁବାସ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।ସହକାରୀ ଶାଖା ପରିଚାଳକ ଧନୁର୍ଦ୍ଧର ସାହୁ ଧନ୍ୟବାଦ ଦେଇଥିଲେ।


