ସିବିଏସ୍ଇ ଦଶମ ପରୀକ୍ଷା ଫଳରେ ବେଲଗୁଣ୍ଠା ଆଦର୍ଶ ବିଦ୍ୟାଳୟର ଶତପ୍ରତିଶତ ସଫଳତା

ବେଲଗୁଣ୍ଠା, (ସନ୍ତୋଷ କୁମାର ବିଷୋୟୀ): ଆଜି ପ୍ରକାଶ ପାଇଛି ବହୁ ପ୍ରତିକ୍ଷିତ ସିବିଏସ୍ଇ ଦଶମ ପରୀକ୍ଷା ଫଳ I ଏଥିରେ ବେଲଗୁଣ୍ଠା ବ୍ଳକ୍ ପ୍ରତାପ ଲକ୍ଷ୍ମଣପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି I ଚଳିତ ବର୍ଷ ବିଦ୍ୟାଳୟର ଦଶମ ଶ୍ରେଣୀରେ 75 ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁ୍ଥିବା ବେଳେ ସେଥିରୁ A1 ଗ୍ରେଡ୍ ରେ 6 ଜଣ, A2 ଗ୍ରେଡ୍ ରେ 13 ଜଣ, B1 ଗ୍ରେଡ୍ ରେ 19 ଜଣ, B2 ଗ୍ରେଡ୍ ରେ 13 ଜଣ,C ଗ୍ରେଡ୍ ରେ 15 ଜଣ ଏବଂ D ଗ୍ରେଡ୍ ରେ 9 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି I A1 ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଛାତ୍ରୀ ପ୍ରତିଭା ବାଡତ୍ଯା ସର୍ବାଧିକ ଶତକଡା଼ 94.8 ପ୍ରତିଶତ ମାର୍କ ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଜଗନ୍ନାଥ ପାଣିଗ୍ରାହୀ, ପ୍ରଜ୍ଞାପ୍ରିୟା ପ୍ରଧାନ,ଯୋଗମୟୀ ସ୍ୱାଇଁ, ଶ୍ରବଣ କୁମାର ପୃଷ୍ଟି ଏବଂ ଶୁଭମ୍ କୁମାର ପ୍ରଧାନ ଯଥାକ୍ରମେ ଶତକଡା 94%,92.8%,92%,91.8% ଏବଂ 90.4 ପ୍ରତିଶତ ନମ୍ଵର୍ ରଖିଛନ୍ତି I ଛାତ୍ରଛାତ୍ରୀଙ୍କ ଏହି ସଫଳତାରେ ଅଭିଭାବକ ମାନେ ଖୁସି ପ୍ରକଟ କରିବା ସହିତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି I ସେହିପରି ବିଦ୍ୟାଳୟର ଅଧ୍ୟକ୍ଷ ସଦାଶିବ ପ୍ରଧାନ ଛାତ୍ରଛାତ୍ରୀଙ୍କ ଏହି ସଫଳତାର ସମସ୍ତ ଶ୍ରେୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକଙ୍କୁ ଦେବା ସହିତ ଛାତ୍ର ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ