ରାଇରଙ୍ଗପୁର ବିଇଓ କାର୍ଯ୍ୟଳୟ ପକ୍ଷରୁ ଶିକ୍ଷକ ପ୍ରଶିକ୍ଷଣ

ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ଜାତୀୟ ଶିକ୍ଷା ନୀତି 2019-20କୁ ଛାତ୍ର ଛାତ୍ରୀ ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଦକ୍ଷ କରାଇବା ଉଦେଶ୍ୟରେ ରାଇରଙ୍ଗପୁର ବି.ଇ.ଓ କାର୍ଯ୍ୟାଳୟ ସଭା ଗୃହରେ ସି.ଆର.ସି.ସି ଓ ଡି.ଆର.ଟି ଶିକ୍ଷକ ମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି I ବି.ଇ.ଓ ପ୍ରକାଶ ଚନ୍ଦ୍ର ମହାଳିକଙ୍କ ଅଧକ୍ଷତାରେ ପ୍ରଶିକ୍ଷଣ ଶିବିରକୁ ଗୋରୁମହିଷାଣି ବି.ଆଇ.ଇ.ଟିର ଅଧକ୍ଷ୍ୟ ପୂର୍ଣ୍ଣଚନ୍ଦ୍ର ବ୍ରହ୍ମ ଉଦଘାଟନ କରିଥିଲେ I ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ପ୍ରୋଜେକଟର ଓ ମନିଟର ମାଧ୍ୟମରେ ବିଭିନ୍ନ ଉପାଦେୟତା ଉପରେ ବୁଝାଇଥିଲେ I ଯାହାକି ଜାତୀୟ ଶିକ୍ଷା ନୀତି ଆଧାର ଅନୁସାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାମାନେ ସମାଜର ମୁଖ୍ୟ ଶିକ୍ଷା ସ୍ରୋତରେ ଯେପରି ଆଗେଇ ଆସିବେ ସେଥିପାଇଁ ଶିକ୍ଷକ ମାନଙ୍କର ଗୁରୁ ଦାୟିତ୍ୱ ଅଟେ ବୋଲି ବି.ଇ.ଓ ଶ୍ରୀଯୁକ୍ତ ମହାଳିକ ପ୍ରକାଶ କରିଥିଲେI ଏହି କାର୍ଯ୍ୟକ୍ରମରେ ଏ.ବି.ଇ.ଓ କାର୍ତିକ ଚନ୍ଦ୍ର କାରୁଆ ଓ ନମିତା ସେଠୀ ପ୍ରମୁଖ ଉପସ୍ଥିତ ଥିବାବେଳେ ସି.ଆର.ସି.ସି ସୁଶାନ୍ତ କୁମାର ପରୀକ୍ଷା ମଞ୍ଚ ପରିଚାଳନା ସହିତ ସଂଯୋଜନା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ