ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ଆଜି

ପୁରୀ, (ୱାଇଏନ୍‌ଏସ୍‌): ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୁଧବାର ଅର୍ଥାତ୍ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଛି। କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଖୋଲିବା ଉପରେ ପୂର୍ବାହ୍ଣ ୧୧ଟାରେ ଏହି ଭର୍ଚୁଆଲ୍‌ ବୈଠକ ଡକାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ଭର୍ଚୁଆଲ୍‌ ବୈଠକରେ ଜିଲ୍ଲାପାଳ, ଏସ୍‌ପି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ନୀତି ପ୍ରଶାସକ, ରାଜସ୍ବ ପ୍ରଶାସକଙ୍କ ସମେତ ଅନ୍ୟ ବରିଷ୍ଠ ପ୍ରାଶାସନିକ ଅଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଶ୍ରୀମନ୍ଦିର କୋଭିଡ୍‌ ପରିଚାଳନା ପାଇଁ ଗଠିତ ୭ଜଣିଆ ସେବାୟତ କମିଟିର ସମସ୍ତ ସଦସ୍ୟ ବି ଏହି ବୈଠକରେ ଉପସ୍ଥିତ ରହିବେ। ବୈଠକରେ ବିସ୍ତୃତ ଆଲୋଚନା ପରେ ଦର୍ଶନକୁ ନେଇ ଚୂଡ଼ାନ୍ତ ଏସ୍‌ଓପି ପ୍ରକାଶ ପାଇବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ