ଅଗଷ୍ଟ ୧୨ରୁ ମାଟ୍ରିକ ଅଫଲାଇନ୍ ଖାତା ଦେଖା, ୨୦ରେ ରେଜଲ୍ଟ
ଭୁବନେଶ୍ୱର, (ୱାଇଏନ୍ଏସ୍): ଚଳିତ ମାସ ୨୦ ତାରିଖ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ଅଫଲାଇନ୍ ପରୀକ୍ଷା ରେଜଲ୍ଟ । ମାଟ୍ରିକ ଅଫଲାଇନ୍ ଖାତା ଦେଖା ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ଆସନ୍ତା ୨୦ ତାରିଖ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ । ଏଥିପାଇଁ ବୋର୍ଡ ପକ୍ଷରୁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଅଫଲାଇନ୍ ପରୀକ୍ଷା ଦେଇଥିବା କୌଣସି ପିଲା ଯେପରି ଯୁକ୍ତ୨ ଆଡମିଶନ ପାଇବାରୁ ବଞ୍ଚିତ ନ ହୁଅନ୍ତି ତା’ ଉପରେ ସତର୍କ ଦୃଷ୍ଟି ରହିଛି । ଏପରିକି ଆବଶ୍ୟକ ପଡ଼ିଲେ ଯୁକ୍ତ ୨ ନାମଲେଖା ପ୍ରକ୍ରିୟା ଗୋଟିଏ ମାସ ପାଇଁ ରଖିବାକୁ ସ୍ଥିର କରାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ସମୀର ରଂଜନ ଦାସ କହିଛନ୍ତି । ଏଥର ୫୫ ହଜାରରୁ ଅଧିକ ସିଟ ବୃଦ୍ଧି ପାଇଁ କଲେଜଗୁଡିକ ଆବେଦନ କରିଛନ୍ତି ।


