ଚାନ୍ଦିପୁଟ ରାଜସ୍ୱ ନିରୀକ୍ଷକ ଟଙ୍କା ଲାଞ୍ଚ ନେଇଥିବା ନେଇ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ମୋହନା ତହସିଲ ଅନ୍ତରଗ୍ତ ଚାନ୍ଦିପୁଟ ରାଜସ୍ୱ ନିରୀକ୍ଷକ ମହୁଲମେଲାଣି ଗ୍ରାମର ଏକ ଜମି ଖାତା ନଂ-୭ ବାପାଙ୍କ ନାମରେଥିବା ଜମିଟିକୁ ଝିଅ ଅନୁସୟା ଦଳପତିଙ୍କ ନାମରେ ଉକ୍ତ ଜାଗଟି କରାଇବା ପାଇଁ ଚାନ୍ଦିପୁଟ ରାଜସ୍ୱ ନିରୀକ୍ଷକ ଚିନ୍ତାମଣୀ ପାଣିଗ୍ରାୀ ନେଇଥିଲେ ୭୦ ହଜାର ଟଙ୍କା । ପୁଣି କିଛି ମାସ ପରେ ଉକ୍ତ ଜାଗାର ଇସି ଏବଂ ସ୍କେଚ୍ ମ୍ୟାପ କରି ଦେବା ପାଇଁ ପୁଣି ନେଲେ ୭୦ ହଜାର ଟଙ୍କା ଲାଞ୍ଚ । ବର୍ତ୍ତମାନ ଉକ୍ତ ଜାଗାଟିକୁ ୧୧ ଜଣଙ୍କ ନାମରେ ପଟ୍ଟା କରାଇବା ପାଇଁ ପୁଣି ମାଗୁଛନ୍ତି ଜଣକ ପିଛା ୫ ହଜାର ୫ଶହ ଟଙ୍କା । ଗ୍ରାମବାସୀ ଗରିବ ଖଟିଖିଆ ଦିନ ମଜୁରିଆ ଶ୍ରେଣର ଅଟନ୍ତି । ମଜୁରୀ କଲେ ଆଦିବାସୀ ପରିବାର ଚଳେ । ବହୁତ ଦୁଃଖ କଷ୍ଟରେ କରଜ କରି ୨ କିସ୍ତିରେ ଦେଇ ଆସିଥିଲେ ୧ଲକ୍ଷ ୪୦ ହଜାର ଟଙ୍କା । ବର୍ତ୍ତମାନ ପାଖରେ ଆଉ ଟଙ୍କାଟିଏ ମଧ୍ୟ ନଥିବାରୁ ଆରଆଇଙ୍କୁ ଦେଇ ପାରୁନାହାନ୍ତି ଟଙ୍କା । ଯହାଫଳରେ ୧୧ ଜଣଙ୍କ ନାମରେ ହୋଇ ପାରୁନି ଜମି ପଟା । ଶେଷରେ ନିରାଶ ହୋଇ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ନ୍ୟାୟ ପାଇବା ପାଇଁ ଏକ ଦାବି ପତ୍ର ଦେଇଛନ୍ତି ଶେମାନେ ହେଲେ କର୍ଣ୍ଣଲୁ ମାଝୀ, ସୁରେଶ ମାଝୀ, କିଶାନ ମାଝୀ, ବିଜୟ ମାଝୀ, ଅନନ୍ତ ମଝୀ, ବାଙ୍ଗ ମାଝୀ, ଯୀହୋଶୟ ରଇତ, ରୁବେନ ମାଝୀ, ନର ମାଝୀ, ଯିରିମିୟ ମାଝୀ । ଏମାନଙ୍କୁ ରାଜସ୍ୱ ନିରୀକ୍ଷକ ଶ୍ରୀ ପାଣିଗ୍ରା କାହାକୁ ଏ ସମ୍ପଙ୍ରେର ଜଣାଇଲେ ତୁମର ଜମି ପଟ୍ଟା କରାଇ ଦେବି ନାହିଁ ବୋଲି ଧମକ ଦେଇଥିବା ୧୧ ଜଣ ବ୍ୟକ୍ତି କହିଛନ୍ତି । ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେଇ ଆରଆଇ ଶ୍ରୀ ପାଣିଗ୍ରାହୀଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଇ ଆଦିବାସୀ ଗରିବ ଖଟିଖିଆ ମଜୁରିଆଙ୍କୁ ୧ଲକ୍ଷ ୪୦ ହଜାର ଟହ୍କା ଫେରସ୍ତ କରିବା ସହ ଆମରି ନାମରେ ଘର ପଟ୍ଟା କରାଇଦେଲେ ସରକାରଙ୍କ ନିକଟରେ ଆମେ ଋଣି ହୋଇ ରହିବୁ ବୋଲି କହିଛନ୍ତି । ଅଭିଯୋଗ ଦେଖିବା ପରେ ମୋହନା ତହସିଲଦାର ସାରଦା ପ୍ରସନ୍ନ ପଣ୍ଡା ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୋଗ ଦେଇଥିବା ଲୋକଙ୍କ ସହ ଆଲୋଚନା କରି କହିଛନ୍ତି ତୁରନ୍ତ ଉପରିସ୍ଥ ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିଶେଷ ସୂତ୍ରରୁ ଖବର ପାଇ ଆରଆଇ ଚିନ୍ତାମଣି ପାଣିଗ୍ରାହୀ ମହୁଲ ମେଲାଣି ଗ୍ରାକୁ ନିଜର କିଛି ଖାସ ଲୋକଙ୍କୁ ପଠାଇ କହିଛନ୍ତି ତୁମ ଟଙ୍କା ଫେରାଦେବି, ତୁନେ କିଛି ଅଭିଯୋଗ କରନି ବୋଲି କହିଥିବା ମଧ୍ୟ ଏମାନେ ଜଣାଇଛନ୍ତି ।


