କନ୍ଧମାଳ ଭାଷା ଆନ୍ଦୋଳନ ମାଧ୍ୟମରେ ଜାରି ରହିଛି କଳାପତକା ଅଭିଯାନ : ସୁଧୁରିବ କେବେ ?

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଦେଶ ସ୍ୱାଧିନ ହେବାର ୭୭ ବର୍ଷ ପରେ ଆମ ମାତୃଭାଷା ଓଡ଼ିଆ ରେ ଓଡ଼ିଶାର ଶାସନ କାର୍ଯ୍ୟ ହେଲା ନାହିଁ। ସେଥିପାଇଁ ୨୦୧୬ ମସିହା ଠାରୁ ଭାଷା ଆନ୍ଦୋଳନ ମାଧ୍ୟମରେ ଜାରି ରହିଛି କଳାପତକା ଅଭିଯାନ।କରୋନାର ଭୟାବହତା ଦୃଷ୍ଟିରୁ ସରକାର ଙ୍କୁ ସହଯୋଗ କରି ସାମୟିକ କଳାପତକା ଅଭିଯାନ ବନ୍ଦ ରହିଥିଲା।କିନ୍ତୁ ବୌଦ୍ଧିକ ଆଲୋଚନା ଜାରି ରହିଥିଲା।ଦେଶ ସ୍ୱାଧିନର ୧୫ବର୍ଷ ମଧ୍ୟରେ ନିଜ ରାଜ୍ୟରେ ପ୍ରାଦେଶିକ ଭାଷାରେ ଶାସନ କାର୍ଯ୍ୟ କରିବାକୁ ସମ୍ବିଧାନ ରେ ବ୍ୟବସ୍ଥା ରହିଛି।ଓଡ଼ିଶାର ପ୍ରଥମ ନିର୍ବାଚିତ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ୧୯୫୪ ମସିହାରେ ପ୍ରଥମ ବିଧାନ ସଭାରେ ଭାଷା ବିଧେୟକ ଆଣିବାରୁ ଓଡ଼ିଆ ରେ ଶାସନ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ୧୯୬୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟନାୟକ ଅଗଣତାନ୍ତ୍ରିକ ଭାବେ ବିଧାନ ସଭାରେ ଓଡ଼ିଆ ଭାଷା ସହ ଇଂରାଜୀ ଭାଷା ପ୍ରଚଳନ ପାଇଁ ବିଧେୟକ ଆଣିବାରୁ ଆଉ ଓଡ଼ିଆ ଭାଷାରେ ଶାସନ କାର୍ଯ୍ୟ ହେଲା ନାହିଁ।ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ତ୍ୱ ସମୟରେ ଓଡ଼ିଆ ଭାଷା ପ୍ରଚଳନ ପାଇଁ ପ୍ରଧାନ୍ୟ ଦିଆଗଲା, କିନ୍ତୁ ଆଇନରେ ଦଣ୍ଡ ବିଧାନ ବ୍ୟବସ୍ଥା ନଥିବାରୁ କାର୍ଯ୍ୟ କାରୀ ହେଲା ନାହିଁ। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଭାଷା ସରକାରୀ ଭାଷା ଭାବେ ପ୍ରଚଳନ କରିବା ପାଇଁ ଚାରି ଥର କ୍ୟାବିନେଟ ବୈଠକ ରେ ନିଷ୍ପତି ନେବା ସତ୍ତ୍ୱେ ଆଇନ ଉଲଂଘନ କାରୀକୁ ଦଣ୍ଡବିଧାନ ନ କରିବା ଯୋଗୁଁ ଏବଂ ସବୁକ୍ଷେତ୍ରରେ ବ୍ୟବହାର ପାଇଁ ଭାଷା ବିଧାୟକ ରେ ସଂଶୋଧନ ଆଣିବାକୁ ପଦକ୍ଷେପ ନେଉ ନଥିବା ରୁ ୨୦୧୬ ମସିହା ଠାରୁ ଭାଷା ଆନ୍ଦୋଳନ ଜରିଆରେ ଜାରି ରହିଛି କଳାପତକା ଅଭିଯାନ।କନ୍ଧମାଳ ରେ ସତୁରି ଭାଗ ଲୋକ ଇଂରାଜୀ ଜାଣି ନଥିଲା ବେଳେ ଚିଠି ପତ୍ର ବ୍ୟାନର ପୋଷ୍ଟର ଇଂରାଜୀ ହେବା ଦୁର୍ଭାଗ୍ୟ ଜନକ।ଜନ ସାଧାରଣ ଯୋଜନା ବିଷୟରେ ଜାଣିବା ସମ୍ଭବ ନୁହେଁ।ଫୁଲବାଣୀ ଭାଷାପ୍ରେମୀ ନାରାୟଣ ସାହୁଙ୍କ ସହ ବ୍ରଜ ପଟନାୟକ,ପଞ୍ଚାନନ ମିଶ୍ର, ରାଜକିଶୋର ବେହେରା, ଉମେଶ ପାତ୍ର,ସଚିଦାନନ୍ଦ ପଟନାୟକ, ପ୍ରଶନ୍ନ ସାହାଣୀ ,ରାଜ କିଶୋର ବେହେରା ,ଦୟାନିଧି ନାୟକ ,ସୁବାଷ ବେହେରାଓ ଅଶୋକ ପରିଡା ପ୍ରମୁଖ କଳାପତକା ଧରି ବଜାର ପରିକ୍ରମା କରି ଉତ୍କଳ ଗୌରବ ମଧୁସୂଦନ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ