ସହିଦ୍ ବାଙ୍ଗୁ ମଳିକଙ୍କ ସ୍ମୃତିରେ କବାଡି ମ୍ୟାଚ ଓ ସାଇକେଲ ରାଲି
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକର କଳିଙ୍ଗା ପଞ୍ଚାୟତ ସ୍ଥିତ କୁର୍ମିଙ୍ଗିଆର ଡଗରପଡା ଠାରେ ସହିଦ୍ ବାଙ୍ଗୁ ମଳିକଙ୍କ ସ୍ମୃତି ପୀଠରେ ପୃଷ୍ପ ମାଲ୍ୟାର୍ପଣ କରି ଏକ ସାଇକେଲେ ରାଲି ବାହାରିଥିଲା । ତାହା ସୂଜେଲି,ବତିଙ୍ଗିଆ, କୁମ୍ଭାରକୂପା, ମାଲିକାପଡି, ବାଡେନାଜୁ, ଗୁଡୁରୀପଡି ଦେଇ ଏମ୍.ଏମ୍ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ନିକଟରେ ସମାପନ ହୋଇଥିଲା ।ଏଥିରେ ମୋଟ ୩୨ ଜଣ ପୁଅ ଓ ଝିଅ ଅଂଶ ଗ୍ରହଣ କରିଥିଲେ। ସେଥିରୁ ପ୍ରଥମ, ଦ୍ବିତୀୟ, ତୃତୀୟଙ୍କୁ ବାଦ ଦେଇ ଉଭୟ ଦଳରୁ ୭ ଜଣ ଲେଖାଏଁ କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଅପରାହ୍ନରେ ଚାନୁଟିମ-ବାଲିଗୁଡା ବନାମ ମେରିକମ୍- ଜି.ଉଦୟଗିରି ମଧ୍ୟରେ ଅନୁଷ୍ଠିତ ମହିଳା କବାଡି ପ୍ରତିଯୋଗିତାରେ ଜି.ଉଦୟଗିରି ଦଳ ୩୧-୨୪ ରେ ଜିତିଥିବା ବେଳେ ଟ୍ରଫି ସହ ମାନପତ୍ର ମୂଖ୍ୟ ଅତିଥି ରାଷ୍ଟ୍ରୀୟ ମାନବ ଅଧିକାର ଆୟୁକ୍ତ କୋର କମିଟି ସଦସ୍ୟ, ମନୋଜ କୁମାର ଜେନା, ଅନ୍ୟତମ ଅତିଥି ଭାବେ ଅବସର ପ୍ରାପ୍ତ ସୈନିକ କିଶୋର କୁମାର ନାୟକ, ସୂନୀଲ ନାୟକ, ପ୍ରତାପ କୁମାର ପ୍ରଧାନ,ସଞ୍ଜିତ କୁମାର ପ୍ରଧାନ,ଚତ୍ତୁର୍ଭୂଜ ସାହୁ, ଆୟୋଜକ ମହମ୍ମଦ ଜିଆଉଦିନ ଅହମ୍ମଦଙ୍କୁ ଆୟୋଜିତ ପୁରଷ୍କାର ବିତରଣୀ ଉତ୍ସବରେ ପ୍ରଦାନ କରାଯାଇଥିଲା। ସ୍କୋରର ଭାବେ ସନ୍ତୋଷ ପୃଷ୍ଟି,ବାଞ୍ଛାନିଧି ପାଢୀ ଥିବାବେଳେ ଆମ୍ପାୟର ଭାବେ ରେଣୁବାଳା ପ୍ରଧାନ ଓ କାର୍ତ୍ତିକ ନାୟକ ରେଫରୀ ଭାବେ ସଞ୍ଜୟ କୁମାର ସାହୁ କବାଡି ଖେଳକୁ ପରିତାଳନା କରିଥିଲେ । ଉଭୟ କବାଡି ଓ ସାଇକେଲ ରାଲି ପ୍ରତିଯୋଗିତାରେ ସୁମିତ୍, ଉଦୟ, କ୍ଳିପ୍ଟନ, ଅନୁରାଗ, ଅନୁଜ ଓ ଅର୍ପିତ ପ୍ରମୁଖ ସହଯୋଗ କରିଥିଲେ।


