ଭଦ୍ରକ ଜିଲ୍ଲା ମହିଳା ବିଜେଡି ସମ୍ପାଦକ ହେଲେ ରୀତାଞ୍ଜଳୀ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଦ୍ରକ ଜିଲ୍ଲା ବିଜେଡି ମହିଳା ସଂଗଠନର ସମ୍ପାଦିକା ଭାବେ ରିତାଞ୍ଜଳୀ ସାମଲ ମନୋନୀତ ହୋଇଥିବା ଜଣାଯାଇଛି । ଶ୍ରୀମତୀ ସାମଲ ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଞ୍ଚାୟତ ସରପଞ୍ଚ ଭାବେ ଦୀର୍ଘ ୫ବର୍ଷର୍ ହେବ ସଫଳତାର ସହିତ କାର୍ଯ୍ୟ କରି ଆସୁଥିବାବେଳେ ତାଙ୍କ ସାଂଗଠନିକ ଦକ୍ଷତାକୁ ପାଥେୟ କରି ତାଙ୍କୁ ନୂତନ ନିଯୁକ୍ତି ମିଳିଥିବା ଜଣାଯାଇଛି । ଜିଲ୍ଲାରେ ମହିଳା ଶକ୍ତିକୁ ସଦୃଢ କରିବା ସହିତ ସଂଗଠନ ପାଇଁ ସଦା କାର୍ଯ୍ୟ କରିବେ ବୋଲି ନବନିଯୁକ୍ତ ସମ୍ପାଦିକା ଶ୍ରୀମତୀ ସାମଲ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତାଙ୍କର ଏହି ନିଯୁକ୍ତି ପାଇଁ ସେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ, ସାଂସଦ ମଞ୍ଜୁଲତା ମଣ୍ଡଳ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଜ୍ୟୋସ୍ନାରାଣୀ ମହାନ୍ତି, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ପ୍ରୟାସକାନ୍ତି ସାମଲ ଓ ସର୍ବୋପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ