୨୨୦୬ କୋଟିର ଅଖା ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): – କଥା କଥାରେ ୫ଟି ଓ ସ୍ୱଚ୍ଛଶାସନର ଡିଣ୍ଡିମ ପିଟୁଥିବା ନବୀନ ସରକାର ଗତ ୧୦ ବର୍ଷରେ ଧାନବସ୍ତା ବାବଦରେ ୨୨୦୬ କୋଟି ଟଙ୍କା ହରିଲୁଟ କରିଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।ବୁଧବାର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁ ଏବଂ ଅମୀୟ ପାଣ୍ଡବ କହିଛନ୍ତି ସରକାର ତହବିଲ ଗତ ୧୦ ବର୍ଷରେ ଏ ବାବଦରେ ଅନୁନ୍ୟ ୨୨ ଶହ ୬ କୋଟି ୯୨ ଲକ୍ଷ ୨୫ ହଜାର ୩୯୬ଟଙ୍କା ଖର୍ଚ୍ଚ କରିଥିବା ବେଳେ ରାଜ୍ୟର ଜଣେ ହେଲେ ଚାଷୀ ଟଙ୍କାଟିଏ କାହିଁକି ପାଇନାହାନ୍ତି । ମୁଖପାତ୍ର ନୁହେଁ ମୁଖ୍ୟମନ୍ତ୍ରୀ ନିଜ ମୁହଁରେ ଏହାର ଉତର ରଖନ୍ତୁ । ଚାଷୀ ବସ୍ତା ବାଦରେ ଟଙ୍କା ପାଇନଥିବା ବେଳେ ବର୍ଷକୁ ବର୍ଷ ବସ୍ତାପାଇଁ ଟେଣ୍ଡର ଆହ୍ୱାନ କରାଯିବା ପଛରେ କାରଣି କ’ଣ । ମଣ୍ଡି ହେଣ୍ଡଲିଂ ବାବଦରେ ଏସବୁ ଅର୍ଥ କାହା ପକେଟକୁ ଯାଇଛି ଏବଂ ଏହି ଦୁର୍ନୀତି ପାଇଁ କିଏ ଦାୟୀ ସେଥିରେ ମୁଖ୍ୟମନ୍ତ୍ରୀ ନିଜେ ରାଜ୍ୟବାସୀଙ୍କ ସାମନାରେ ଉତର ରଖନ୍ତୁ । ଅନ୍ୟଥା ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ବିଭାଗୀୟ ମନ୍ତ୍ରୀ, ସଚିବ, ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ, ମିଲମାଲିକ ଏବଂ ସି.ଏସ୍‌.ଓ. ପ୍ରଭୃତିଙ୍କ ଅସାଧୁ ମେଂଟ ଓ ମିଳିତ ର‌୍ୟାକେଟ ତ୍ତ୍ୱଓଡ଼ିଶାର ଚାଷୀମାନଙ୍କୁ ଏମିତି ବର୍ଷବର୍ଷ ଧରି ଲୁଟୁଥିବାରୁ ଏହା ବିରୋଧରେ କଂଗ୍ରେସ ପକ୍ଷରୁ ଗୃହରେ ଏବଂ ଗୃହବାହାରେ ଦୃଢ଼ ଜବାବ ଦିଆଯିବ ବୋଲି ସେ କହିଛନ୍ତି । ଏହି ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ନହେଲେ କଂଗ୍ରେସ ଚାଷୀମାନଙ୍କୁ ସାଥିରେ ଧରି ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ