ଅଟୋ ଓ ଗ୍ୟାସଟ୍ୟାଙ୍କର ଧକ୍କା ଆଠ ଗୁରୁତର

ଗଞ୍ଜାମ, (ବିନୋଦ ପଲେଇ): ଗଞ୍ଜାମ ସହର ସ୍ଥିତ ଜାତୀୟ ରାଜପଥ(୧୬) ର ଜୟଶ୍ରୀ ଛକ ଠାରେ ଏକ ପାସେଞ୍ଜର ଅଟୋ (OD07AC1789) ସହ ଗ୍ୟାସଟ୍ୟାଙ୍କ (AP31TQ1899 ) ଧକ୍କା ହେବାରୁ ଅଟୋରେ ବସିଥିବା ଡ୍ରାଇଭର ସହ ସାତ ଜଣ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ଗଞ୍ଜାମ ପୋଲିସ ପହଞ୍ଚି ଆହତ ମାନଙ୍କୁ ଛତ୍ରପୁର ହସ୍ପିଟାଲ କୁ ପଠାଇଥିଲେ । ଆହତ ମାନେ ହେଲେ ଆର .ଚନ୍ଦ୍ରମା ରେଡି, ଆର.ବୁଲୁରେଡି(୪୭), କେ.ତୁଳସିୟାଆତ୍ମା ରେଡି(୬୮), ଜି.ଲକ୍ଷ୍ମୀ ରେଡି, କୃଷ୍ଣପାତ୍ର(୧୮), ଆର .ଋଷିରେଡି (୫), ଆର.ହରି କୃଷ୍ଣରେଡି (୧୧), ଓ ଡ୍ରାଇଭର ଶିବା ରେଡି (୨୦) ପ୍ରମୁଖ। ଆହତ ମାନେ ହେଲେ ରମ୍ଭା ସହରର ମିଞ୍ଚିଣିପାଟଣାର । ସମସ୍ତେ ବ୍ରହ୍ମପୁର କୁ ଏକ ଭୋଜି ଖାଇବାକୁ ଯାଉଥିବା ବେଳେ , ଗଞ୍ଜାମ ସହରର ଜୟଶ୍ରୀ ଛକ ଠାରେ ଦୁର୍ଘଟଣା ଘଟିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ