“ବୋଉ’ ପତ୍ରିକାର ସାରସ୍ୱତ ସମ୍ମାନ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ସାହିତ୍ୟ ପତ୍ରିକା “ବୋଉ’ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୫ ଜଣ ପ୍ରମୁଖ ବ୍ୟକ୍ତିତ୍ୱଙ୍କୁ ସାରସ୍ୱତ ସମ୍ମାନ ପ୍ରଦାନ କରାଯିବ । ଏହି ଅବସରରେ ସାହିତ୍ୟରେ ପ୍ରାଧ୍ୟାପିକା ବୀଣା ମିଶ୍ର, ଯୁବ କବି ଭାବେ ସନ୍ତୋଷ କୁମାର ମେହେର, ଗଳ୍ପ ବିଭାଗରେ ଡଃ ପୂର୍ଣ୍ଣଚନ୍ଦ୍ର ଓଝା, ସାମଗ୍ରିକ କୃତୀରେ ଧୀରେନ୍ଦ୍ର ସିଂହଦେଓ, କବିତାରେ କବୟତ୍ରୀ ସସ୍ମିତା ମହାପାତ୍ରଙ୍କୁ ସାରସ୍ୱତ ସମ୍ମାନ ପ୍ରଦାନ କରାଯିବ ବୋଲି “ବୋଉ’ର ଅଧ୍ୟକ୍ଷ ବନମାଳୀ ସାମନ୍ତରା ତଥା ସମ୍ପାଦକ ସଞ୍ଜୟ କୁମାର ଚୌଧୁରୀ ଏକ ପ୍ରେସ୍‌ବାର୍ତ୍ତାରେ ସୂଚନା ପ୍ରଦାନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଦୀର୍ଘ ବର୍ଷ ହେଲା ମା, ମାଟି, ମାତୃଭାଷା ପାଇଁ “ବୋଉ’ ପତ୍ରିକା ସମର୍ପିତ ଭାବରେ କାର୍ଯ୍ୟ କରିଆସୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ