ପ୍ରଗତି ମହିଳା ସଂଗଠନ ପକ୍ଷରୁ ମ୍ୟାଲେରିଆ ଏବଂ ଡେଙ୍ଗୁ ସଚେତନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଝାମି ଗ୍ରାମରେ ପ୍ରଗତି ମହିଳା ସଂଗଠନ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପି.କେ. ପାତ୍ରଙ୍କ ସହଯୋଗରେ ମ୍ୟାଲେରିଆ ଏବଂ ଡେଙ୍ଗୁ ସଚେତନା କରାଯାଇଥିଲା । ଏନେଇ ଏକ ସଚେତନତା ର‌୍ୟାଲି ବାହାରି ଗ୍ରାମ ପରିକ୍ରମା କରି ଲୋକଙ୍କୁ ଡେଙ୍ଗୁ ଓ ମ୍ୟାଲେରିଆର ନିରାକରଣ କିପରି କରାଯିବ ସେ ନେଇ ସମ୍ୟକ ଭାବେ ବୁଝାଯାଇଥିଲା । ଏହି ର‌୍ୟାଲିକୁ ପଣ୍ଡିତ ନରସିଂହ ଗୌଡ ସବୁଜ ପତାକା ପ୍ରଦର୍ଶନ କରି ଉଦ୍‌ଘାଟନ କରିଥିଲେ । ମୁଖ୍ୟ ବକ୍ତାଭାବେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଭାଗବତ ପାଢୀ, ସମ୍ପାଦିକା ତନୁଜା ଶତପଥୀ, ଅନୁଷ୍ଠାନର ଉପଦେଷ୍ଠା ବିଚିତ୍ରାନନ୍ଦ ବେବର୍ତ୍ତା, ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ନେତ୍ରାନନ୍ଦ ଶତପଥୀ, ଏଏନ୍‌ଏମ୍ କୌଶଲ୍ୟା ସାମଲ ପ୍ରମୁଖ ଯୋଗ ଦେଇ ଡେଙ୍ଗୁର ପ୍ରାଦୁର୍ଭାବ ଏବଂ ମ୍ୟାଲେରିଆର ନିରାକରଣ କିଭଳି କରାଯିବ ବୁଝାଇ ଥିଲେ । ଏହି ସଚେତନତା ରାଲି ସମୟରେ ଲୋକଙ୍କୁ ମାସ୍କ ମଧ୍ୟ ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ