ସ୍ୱାଧୀନତା ଦିବସରେ ବିଜୁ ଶ୍ରମିକ ସାମ୍ମୁଖ୍ୟର ରକ୍ତଦାନ ଶିବିର

ବାଲେଶ୍ୱର,(ସରୋଜ ପଣ୍ଡା): ଓଡ଼ିଶା ବିଦ୍ୟତ କର୍ମଚାରୀ ସଂଘ ଅନୁବନ୍ଧିତ ବିଜୁ ଶ୍ରମିକ ସାମ୍ମୁଖ ଓ ଟାଟା ପାୱାର ଉତ୍ତରାଞ୍ଚଳ ଶାଖାର ମିଳିତ ଆନୁକୂଲ୍ୟରେ ୭୫ତମ ସ୍ୱାଧୀନତା ଦିବସ ପାଳନ ଏବଂ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ସହରର ବିବେକାନନ୍ଦ ମାର୍ଗସ୍ଥିତ ସଂଘ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ସଦର ବିଧାୟକ ସ୍ୱରୂପ ଦାସ, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଓ ଟାଟା ପାୱାରର ମାନବ ସମ୍ବଳ ବିଭାଗ ମୁଖ୍ୟ ଶ୍ରୀବଲ୍ଲଭ ସଂହ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ପ୍ରଥମେ ଜାତୀୟ ପତାକା ଉତ୍ତୋଳନ ଓ ପରେ ରକ୍ତଦାନ ଶିବିରକୁ ଅତିଥିମାନେ ଉଦଘାଟନ କରିଥିଲେ । ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହିିତ ଅତିଥିମାନେ ସଂଘର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ । କେବଳ କର୍ମଚାରୀଙ୍କ ସ୍ୱାର୍ଥରକ୍ଷା ନୁହେଁ ବରଂ ଅନ୍ୟର ଜୀବନ ବଞ୍ଚାଇବାକୁ ରକ୍ତଦାନ ଭଳି ମତକାର୍ଯ୍ୟ କରି ଏହି ସଂଘ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସଂଗଠନର ଉତ୍ତରାଞ୍ଚଳ ଶାଖା ସାଧାରଣ ସମ୍ପାଦକ ହରିଶ ଚନ୍ଦ୍ର ଦାସ, ସଂଘର ବରିଷ୍ଠ ଉପଦେଷ୍ଟା ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ଆଇନ ପରାମର୍ଶଦାତା ରଘୁନାଥ ଲେଙ୍କା, ଜିତେନ୍ଦ୍ର ମୋହନ ଜେନା, ଚିତ୍ତରଂଜନ ପଢ଼ିଆରୀ, ଟାଟା ପାୱାରର ମାନବସମ୍ବଳ ଅଧିକାରୀ ଚିତ୍ତରଂଜନ ପ୍ରଧାନ, ଜୀବନ ବିନ୍ଦୁ ଅଭିଯାନ ଓ ଓଡ଼ିଶା ମୋ ପରିବାର ଜିଲା ସଂଯୋଜକ ସାହିରୁଲ ହକ, ସହ-ସମ୍ପାଦକ ପ୍ରଦୀପ କୁମାର ଦାସ ପ୍ରମୁଖଙ୍କ ନେତୃତ୍ୱରେ ଏହି ଶିବିର ଆୟୋଜନ ସାଙ୍ଗକୁ ଉତ୍ସବ ପାଳିତ ହୋଇଥିଲା । ଜିଲା ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ସଂଘର ଶତାଧିକ ସଦସ୍ୟ ଓ କର୍ମକର୍ତ୍ତା ରକ୍ତଦାନ କରିଥିଲେ । ବଟକୃଷ୍ଣ ଜେନା, ସୁକାନ୍ତ ନୋ, ପ୍ରଶାନ୍ତ ପରିଡ଼ା, ସମଜିତ ମହାନ୍ତି, ପ୍ରଦୀପ ଦାସ, ମନୋଜ ସାହୁ, ବିଜୟ ମହାନ୍ତି, ଗୋପଳ ଚନ୍ଦ୍ର ମାଳାକାର, ସଞ୍ଜୟ ପ୍ରଧାନ, ବିଶେଶ୍ୱର ସେନାପତି, ଗୌରରୀ କର, ଅଶୋକ ସାହୁ ପ୍ରମୁଖ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ