ଧର୍ମ ପରାୟଣ ବ୍ୟକ୍ତିଙ୍କ ବିୟୋଗରେ ଶୋକସଭା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ପୌରାଂଚଳର ବିଶିଷ୍ଟ ସମାଜସେବୀ, ପରୋପକାରୀ, ମିଷ୍ଠାଭାଷୀ ତଥା ଧର୍ମପରାୟଣ ବ୍ୟକ୍ତି ଭାବେ ସ୍ଥାନୀୟ ଅଂଚଳରେ ବେଶ ଜଣାଶୁଣା ଥିବା ନିଳମାଧବ ଦ୍ୟାନ ସୁମନ୍ତଙ୍କ ପରଲୋକରେ ସ୍ଥାନୀୟ ଭଗବତ ବିିତରଣ ପାରିଷଦଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ପାରିଷଦର ସଭାପତି ଦେବାନନ୍ଦ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଶୋକସଭାରେ ସ୍ୱର୍ଗତ ଦ୍ୟାନ ସୁମନ୍ତଙ୍କ ତୈଳ ଫଟୋଚିତ୍ରରେ ପରିଷଦର କର୍ମକର୍ତା ଓ ସଦସ୍ୟ ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନଟ ନିରବ ପ୍ରାଥନା କରାଯିବା ସହ ସ୍ୱର୍ଗତଙ୍କ ଗୁଣଗାନ କରାଯାଇଥିଲା । ପରିଷଦର ସକ୍ରିୟ ସଭ୍ୟ ସହ କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ନର୍ବାହ କରି ଆସୁଥିଲେ । ସ୍ୱର୍ଗତ ଦ୍ୟାନସୁମନ୍ତ ହିଞ୍ଜିଳି ରାଧାକୃଷ୍ଣ ମନ୍ଦିର ଟ୍ରଷ୍ଟି ଭାବେ ମନୋନୀତ ହେବା ସହ ଆରଏସଏସର ସକ୍ରିୟ ଦୃଢ ସମର୍ଥକ ଥିଲେ । ତାଙ୍କରି ବିୟୋଗରେ ପାରିଷଦର ଅପୁରଣୀୟ କ୍ଷତି ଘଟିଛି ବୋଲି ସଭାପତି ମହାପାତ୍ର ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପାରିଷଦର ଉପସଭାପତି ଲକ୍ଷ୍ମୀ ନାରାୟଣ ପଣ୍ଡା, ସମୀକ୍ଷକ ଡ଼ଃ. ରମେଶ ଚନ୍ଦ୍ର ଚୌଧୁରୀ, ଶିକ୍ଷାବିତ ହରିହର ଚୌଧୁରୀ, ଅରବିନ୍ଦ ପଣ୍ଡା, ଡ଼ଃ. ଗଦାଧର ବେହେରା, ହରିହର ପଣ୍ଡା, ସୁନିଲ ସାହୁ, ସମାଜସେବୀ ଗୌରାଙ୍ଗ ପୃଷ୍ଟି, ଶିକ୍ଷୟତ୍ରୀ ଗିତାରାଣୀ ପାଣିଗ୍ରାହୀ, ନିରୁପମା ସାହୁ, ସଂଯୁକ୍ତା ବେହେରା, ସମ୍ପାଦକ ତରୁଣ କୁମାର ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।


