ଅଗଷ୍ଟ ୨୦ ତାରିଖରୁ ଯୁକ୍ତ ୩ ଅନ୍ଲାଇନ୍ରେ ନାମଲେଖା ଆବେଦନ
ଭୁବନେଶ୍ୱର (ୱାଇଏନ୍ଏସ୍): ଯୁକ୍ତ ୩ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଅଗଷ୍ଟ ୨୦ ତାରିଖ ଦିନ ୧୧ଟାରୁ ଅନ୍ଲାଇନ୍ରେ ଆବେଦନ କରିପାରିବେ। www.dhe.odisha.gov.in ଏବଂ www.samsodisha.gov.inରେ ଅନ୍ଲାଇନ୍ କମନ୍ ଆପ୍ଲିକେସନ୍ ଫର୍ମ ଉପଲବ୍ଧ ହେବ। ସେପ୍ଟେମ୍ବର ୪ ତାରିଖ ରାତି ୧୧.୪୫ ମଧ୍ୟରେ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ରେ ଆବେଦନ କରିପାରିବେ। ସେପ୍ଟେମ୍ବର ୯ ତାରିଖ ଦିନ ୧୧ଟାରେ ପ୍ରଥମ ମେରିଟ୍ ଲିଷ୍ଟ୍ ପ୍ରକାଶ ପାଇବ। ସେପ୍ଟେମ୍ବର ୯ ତାରିଖ ଦିନ ୨ଟାରୁ ୧୪ ତାରିଖ ରାତି ୧୧ଟା ୪୫ ମଧ୍ୟରେ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ ମାଧ୍ୟମରେ ଅନଲାଇନ୍ରେ ଆଡ୍ମିଶନ ଫି’ ଦାଖଲ କରିବେ। ସେପ୍ଟେମ୍ବର ୨୧ ତାରିଖରେ ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଦ୍ୱିତୀୟ ମେରିଟ୍ ଲିଷ୍ଟରେ ଯେଉଁ ଛାତ୍ରଛାତ୍ରୀମାନଙ୍କ ନାମ ଥିବ, ସେମାନେ ୨୧ରୁ ୨୪ ତାରିଖ ମଧ୍ୟରେ ସାମ୍ସ ପୋର୍ଟାଲ୍ ମାଧ୍ୟମରେ ଅନ୍ଲାଇନ୍ରେ ଆଡ୍ମିଶନ୍ ଫି’ ଦାଖଲ କରିବେ।


