ବାଲେଶ୍ୱର ନଗରର ବହୁବିଧ ସମସ୍ୟା ସମ୍ବଳିତ ଦାବିପତ୍ର ପ୍ରଦାନ

ବାଲେଶ୍ୱର, (ସରୋଜ ପଣ୍ଡା): ଆଜି ବାଲେଶ୍ବର ନଗର ବିଜେପି ତରଫରୁ ବାଲେଶ୍ବର ନଗରର ବହୁବିଧ ସମସ୍ୟା ସମ୍ବଳିତ ଏକ ଦାବିପତ୍ର ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବାଲେଶ୍ବର ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶିଷ ପାଟିଲ୍ ମହୋଯୟଙ୍କୁ ପ୍ରଦାନ କରିଛନ୍ତି।
ଦାବି ଗୁଡିକ ମଧ୍ୟରେ :-
୧- ସ୍ଵଛ ଭାରତ ଯୋଜନାରେ କେନ୍ଦ୍ର ସରକାରଙ୍କ ଠାରୁ କୋଟି କୋଟି ଟଙ୍କା ଆସୁଥିବା ସତ୍ତ୍ୱେ ନାଳ ନର୍ଦ୍ଦମା ଉପଯୁକ୍ତ ଭାବରେ ସଫା ସୁତୁରା ହୋଇନପାରିବ ଯୋଗୁଁ ଚଳିତ ମାସ ୧୧ ତାରିଖରେ ମାତ୍ର ୨ ଘଣ୍ଟା ବର୍ଷାରେ ଯେଉଁଭଳି ଭାବରେ ବାଲେଶ୍ୱର ସହରରେ ଅଭାବନୀୟ ମନୁଷ୍ୟକୃତ ବନ୍ୟା ସୃଷ୍ଟି ହେଇ ଜଣସାଧାରଣଙ୍କ ଘରେ ପାଣି ପଶିବା ସହ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କରେ ପାଣି ପ୍ରବେଶ କରି ଲକ୍ଷ ଲକ୍ଷ ଟଙ୍କା ନଷ୍ଟ ହେଲା ଓ କରୋନା ମହାମାରୀ ସମୟରେ ବ୍ୟବସାୟୀଙ୍କ ଏହି କ୍ଷତି ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ଓ ସେଥି ପାଇଁ ଆପଣଙ୍କ ମ୍ୟୁନିସିପାଲ ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ ଅଟନ୍ତି ଓ ତେଣୁ ଅବିଳମ୍ବେ ସମସ୍ତ ନାଳ ଓ ମହାନାଳ ସଫା କରାଯିବା ସହିତ କ୍ଷତି ସହିଥିବା ଦୋକାନୀ ମାନଙ୍କୁ କ୍ଷତି ପୂରଣ ପ୍ରଦାନ କରାଯାଉ ଓ ଏବଂ ମନୁଷ୍ୟକୃତ ବନ୍ୟା ପାଇଁ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଷ୍ଟଓନ୍ତମୂଳକ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଓ
୨- ବାଲେଶ୍ୱର ସହରର ଦାୟିତ୍ୱ ସ୍ୱତନ୍ତ୍ର ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନେଇଥିବା ହେତୁ ମହାନାଳ ପାଇଁ ପୂର୍ବରୁ ହୋଇଥିବା “ମାଷ୍ଟର ପ୍ଲାନ” କୁ ତୁରନ୍ତ କାର‌୍ୟ୍ୟକାରୀ କରି ନଦୀ ସହିତ ସଂଯୋଗ କରିବାର ବିହିତ ପଦକ୍ଷେପ ନିଆଯାଉ ଓ
୩- ପୂର୍ବରୁ ଦିଆଯାଇଥିବା କଚା ରାସ୍ତାକୁ ତୁରନ୍ତ ଟେଣ୍ଡର ଡାକି ଗମନାଗମନ ଯୋଗ୍ୟ ପକ୍କା ରାସ୍ତା କରାଯାଉ ଓ
୪- ତୁରନ୍ତ ସଫେଇ କାର‌୍ୟ୍ୟ ପାଇଁ ନୂତନ ଟେଣ୍ଡର ଡକାଯାଉ ଓ
୫- ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମୟ ଅବଧି ସରିସରି ଯାଉଥିବା ହେତୁ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ଚିହ୍ନଟ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଦାନ କରାଯାଉ ଓ  ଉକ୍ତ ଦାବି ଗୁଡିକ ପୂରଣ ନିମନ୍ତେ ସାତଦିନ ମଧ୍ୟରେ ପଦକ୍ଷେପ ଗ୍ରହଣ ନ କଲେ ଭାରତୀୟ ଜନତା ପାର୍ଟି ,ବାଲେଶ୍ୱର ନଗର ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ଚିତ୍ତରଞ୍ଜନ ପଣ୍ଡା ଚରମ ଚେତାବନୀ ଦେଇଛନ୍ତି। ପ୍ରତିନିଧି ଦଳରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଜିଲ୍ଲା ଉପସଭାପତି ( ନଗର ପ୍ରଭାରୀ ) କମଲଲୋଚନ ଦାସ, ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଜିଲ୍ଲା ସମ୍ପାଦକ ବିଭୁପଦ ଦାସ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ସୁଶାନ୍ତ ବେରା, ଯୁବମୋର୍ଚ୍ଚା ଉପସଭାପତି ସୁବୋଧଚନ୍ଦ୍ର ପଣ୍ଡା, ମହିଳା ମୋର୍ଚ୍ଚା ନଗର ସଭାନେତ୍ରୀ ସୁସ୍ମିତା ପଣ୍ଡା, ନଗର ସାଧାରଣ ସମ୍ପାଦକ ଜୋଗେନ ରଣା ଓ ସନାତନ ବାରିକ୍, ନଗର ଉପସଭାପତି ସିଦ୍ଧେଶ୍ବର ବିନ୍ଧାଣି, ନଗର କୋଷାଧ୍ୟକ୍ଷ ତରୁଣ ବର୍ଧନ, ନଗର ଓବିସି ସଭାପତି ସିଦ୍ଧେଶ୍ବର ପାତ୍ର, ଦେବବ୍ରତ ମିଶ୍ର, ଜିତେନ୍ଦ୍ର ଷଡ଼ଙ୍ଗୀ, ତାରାତୁନ ନେଶା, ଦୀପକ କୁମାର ବେହେରା, ବିଷ୍ଣୁପ୍ରିୟା ଅଧିକାରୀ ଓ ଛବି ରାଉତ ପ୍ରମୁଖ ଅଂଶଗ୍ରହଣ କରି ମୁନିସିପାଲିଟି କାର‌୍ୟ୍ୟ ନିର୍ବାହୀ ଅଧିକାରୀ ଆଶିଷ ପାଟିଲ୍ ମହୋଯୟଙ୍କ ସହିତ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ