ପୁଣି ବଢ଼ିଲା ଏଲ୍ପିଜି ଗ୍ୟାସ ଦର
ନୂଆଦିଲ୍ଲୀ: ପୁଣି ବଢ଼ିଲା ଏଲ୍ପିଜି ଗ୍ୟାସ ଦର । କେନ୍ଦ୍ର ସରକାର ରନ୍ଧନ ଗ୍ୟାସ୍ ଏଲ୍ପିଜିର ୧୪.୨ କେଜି ବିଶିଷ୍ଟ ସିଲିଣ୍ଡର ମୂଲ୍ୟରେ ୨୫ ଟଙ୍କାର ବୃଦ୍ଧି କରିଛନ୍ନ୍ତି । ଏହି ବୃଦ୍ଧି ସହ ରାଜଧାନୀ ଦିଲ୍ଲୀରେ ସିଲିଣ୍ଡର ମୂଲ୍ୟ ୮୫୯ ଟଙ୍କାକୁ ବୃଦ୍ଧି ପାଇଛି। ଯେହେତୁ ଏବେ ଅତି ନଗଣ୍ୟ ପରିମାଣର ସବ୍ସିଡି ମିଳୁଛି ତେଣୁ ଏହାର ପାଖାପାଖି ଦାମ୍ରେ ହିଁ ଲୋକମାନଙ୍କୁ ସିଲିଣ୍ଡର କିଣିବାକୁ ପଡ଼ୁଛି। କ୍ରମାଗତ ଦ୍ବିତୀୟ ମାସ ଲାଗି ଏଲ୍ପିଜି ମହଙ୍ଗା ହୋଇଛି। ଗତ ଜୁନ୍ ୧ରେ ଏଲ୍ପିଜି ଦାମ୍ ୮୦୯ ଟଙ୍କା ଥିଲା। ଜୁଲାଇ ୧ରେ ତାହା ୮୩୪ ଟଙ୍କାକୁ ବୃଦ୍ଧି ପାଇଥିଲା।


