ଭରସା ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ପ୍ରକୃତିମିତ୍ର ପୁରସ୍କାର

ଗଂଜାମ, (ବିନୋଦ ପଲେଇ):ଗଞ୍ଜାମ ଅଞ୍ଚଳର ସ୍ୱେଚ୍ଛାସେବୀ ଅନୁଷ୍ଠାନ ” ଭରସା” କୁ ଚଳିତବର୍ଷ ପ୍ରକୃତିମିତ୍ର ୨୦୨୧ ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭଗା ତରଫରୁ ଜଙ୍ଗଲ ପରିବେଶ ମନ୍ତି ବିକ୍ରମ କେଶରୀ ଆରୁଖ, ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଏହା ପ୍ରଦାନ କରିଛନ୍ତି।ପ୍ରକୃତି ସଂରକ୍ଷଣ, ପରିବେଶ ସୁରକ୍ଷା, ବୃକ୍ଷ ରୋପଣ, ଚାରାବଣ୍ଟନ, ପରିବେଶ ସୁରକ୍ଷା ନେଇ ସଚେତନତା କରାଇବା ସହ କାର୍ଯ୍ୟରତ ପରିବେଶ ପ୍ରେମିଙ୍କୁ ଉତ୍ସହିତ କରିବା, ବୃକ୍ଷ ରୋପଣକୁ ଏକ ଗଣଆନ୍ଦୋଳନରେ ପରିଣତ କରିଥିବା ପ୍ରମୁଖ ଉଲ୍ଲେଖନିୟ ଅବଦାନ ପାଇଁ ଅନୁଷ୍ଠାନ ” ଭରସା ” କୁ ” ପ୍ରକୃତ ମିତ୍ର ” ପୁରସ୍କାର ପ୍ରଦାନ କରାଯାଇଥିଲା।କୋଭିଡ଼ି କଟକଣା କୁ ଆଖିରେ ରଖି ବ୍ରହ୍ମପୁର ସ୍ଥିତ ଆଞ୍ଚଳିକ ମୁଖ୍ୟବନ ସଂରକ୍ଷକ କାର୍ଯ୍ୟଳୟରେ ଅଗଷ୍ଟ ୧୫ ତାରିଖ ତଥା ସ୍ୱାଧୀନତା ଦିବସ ର ୭୫ ବର୍ଷ ପାଳନ ଅବସରରେ ଡିଏଫଓ ଅମ୍ଳନ ନାୟକ ଙ୍କ ଠାରୁ ଭରସା ର ସମ୍ପାଦକ ତଥା ସାମ୍ବାଦିକ ଦୁର୍ଗା ମାଧବ ପାଣିଗ୍ରାହୀ ଓ ସଭାପତି ଆଇନଜୀବୀ ଦିଲ୍ଲୀପ କୁମାର ପଟ୍ଟନାୟକ ମାନପତ୍ର ଓ କୋଡିଏ ହଜାର ଟଙ୍କା ଆର୍ଥିକ ରାଶି ଗ୍ରହଣ କରିଥିଲେ। ପୁରସ୍କାର ବାବଦରେ ମିଳିଥିବା କୋଡିଏ ହଜାର ଟଙ୍କା ରେଡ଼କ୍ରସ ପ୍ରଦାନ କରାଯିବ ବୋଲି ସମ୍ପାଦକ ଦୂର୍ଗା ମାଧବ ସୂଚନା ଦେଇଛନ୍ତି। ଭରସା ଅନୁଷ୍ଠାନ କୁ ଏହି ପୁରସ୍କାର ମିଳିଥିବାରୁ ବିଭିନ୍ନ ମହଲରେ ଶୁଭେଚ୍ଛା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ