ବିଶ୍ୱର ବିଚିତ୍ର ପ୍ରାଣୀ

ବିଶ୍ୱରେ ଅନେକ ପ୍ରକାରର ଜୀବଜନ୍ତୁ ଅଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଦେଖିବାକୁ ସୁନ୍ଦର ତ ଆଉ କିଛି ଦେଖିଲେ ଡର ଲାଗିଥାଏ । ଜାଣିବା ସେମିତି କିଛି ଭିନ୍ନ ପ୍ରକାରର ଦେଖାଯାଉଥିବା ଜୀବଙ୍କ ବିଷୟରେ ।
ଷ୍ଟାର ନୋଜ୍‌ଡ୍ ମୋଲ: ଏହାର ମୁହଁ ଦେଖିବାକୁ ଭିନ୍ନ ପ୍ରକାରର । ଏହି ଜୀବର ସବୁଠାରୁ ଭଲ ଗୁଣ ହେଲା, ଏହା ପ୍ରତି ସେକେଣ୍ଡରେ ୧୩ଟି ଶିକାର କରିପାରେ । ଏତେ କମ୍ ସମୟରେ ମଣିଷ ମାତ୍ର ୨ ବା ୩ ଜଣଙ୍କୁ ଚିହ୍ନିଥାଏ ।
ପ୍ଲାଟିପସ୍‌: ବତକ ପରି ମୁହଁ ଏବଂ ମୂଷା ପରି ଦେଖାଯାଉଥିବା ଏହି ଜୀବ ହେଉଛି ପ୍ଲାଟିପସ୍ । ବିଶେଷ ଭାବେ ଏହା ଅଷ୍ଟ୍ରେଲିଆରେ ଦେଖାଯାଇଥାଏ । ଏହି ଜୀବର ବିଶେଷତ୍ୱ ହେଉଛି ଏହା ପାଣି ଭିତରେ ମଧ୍ୟ ନିଃଶ୍ୱାସ ନେଇ ବଞ୍ଚିପାରେ ।
ଶୋବିଲ ପକ୍ଷୀ: ଶୋବିଲ ଦେଖିବାକୁ ରାମାୟଣର ଜଟାୟୁ ପରି । ଜଟାୟୁର ଥଣ୍ଟ ପରି ଏହାର ଥଣ୍ଟ । ଏହାକୁ ବିଶେଷ ଭାବେ ଆଫ୍ରିକାରେ ଦେଖିବାକୁ ମିଳିଥାଏ । ଶୋବିଲ ବିଜୁଳି ବେଗରେ ନିଜ ଶିକାର କରିଥାଏ ।
ସ୍ପୁନ୍‌ବିଲ୍‌: ସ୍ପୁନ୍‌ବିଲର ଥଣ୍ଟ ଦେଖିବାକୁ ଚାମଚ ପରି । ବୋଧହୁଏ ସେଥିପାଇଁ ଏହାର ଏପରି ନାମକରଣ ହୋଇଛି ।
ହମିଂବାର୍ଡ: ହମିଂବାର୍ଡ ବିଶ୍ୱର ସବୁଠାରୁ ଛୋଟ ପକ୍ଷୀ । ଏହି ପକ୍ଷୀର ବିଶେଷତ୍ୱ ହେଉଛି ଏହା ବିପରୀତ ଦିଗ ଅର୍ଥାତ୍ ପଛପଟୁ ମଧ୍ୟ ଉଡ଼ିପାରେ । ଖଣ୍ଡା ପରି ଏହାର ଥଣ୍ଟ ହୋଇଥିଲାବେଳେ ଶରୀରଠାରୁ ମଧ୍ୟ ବଡ଼ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ