ବିଜିପୁର ଜଗନ୍ନାଥ ମନ୍ଦିରରେ ଓ ସଂକୀର୍ତ୍ତନ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ): ପବିତ୍ର କାର୍ତ୍ତିକ ମାସ ଉପଲକ୍ଷେ ଶନିବାର ସଂନ୍ଧାରେ ବିଜିପୁର ଜଗନ୍ନାଥ ମନ୍ଦିରରେ ୧୦୮ ତୁଳସୀ, ୧୦୮ ଆରତୀ କରାଯିବା ପରେ ଭାଗବତ ଗୀତାର ଏକ ଅଧ୍ୟାୟ ପାଠ କରାଯାଇଥିଲା । ଦିବ୍ୟଜୀବନ ସଂଘର ଭକ୍ତମାନେ ଭଜନ କୀର୍ତ୍ତନ କରିବା ପରେ ଶିକ୍ଷାବିତ ଦେବୀ ପ୍ରସାଦ ପ୍ରସାଦ ପ୍ରବଚନରେ ମନୁଷ୍ୟର ବୁଦ୍ଧି ଓ ମନ ମଧ୍ୟରେ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସହଦେବ ପାତ୍ର , ଭଜରାମ ପ୍ରଧାନ, ରଘୁନାଥ ପାତ୍ର, ନବୀନ ଶତପଥୀ , ମାଧବହ ଜେନା ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ