ମୃତ ବାପାଙ୍କ ଫୋନ୍‌କୁ ମେସେଜ୍ କରୁଥିଲେ, ୪ ବର୍ଷ ପରେ ଉତ୍ତର ଆସିଲା

ଜୀବନରେ ମା’ବାପାଙ୍କ ସ୍ଥାନ କେହି ବି ନେଇ ନ ପାରେ । ଉଭୟଙ୍କ ମଧ୍ୟରୁ କାହାରିକୁ ହରାଇଦେବା ସନ୍ତାନଟିଏ ଗ୍ରହଣ କରିପାରେ ନାହିଁ । ତେବେ ପୁଅ ସହ ମା’ର ଏବଂ ବାପା ସହ ଝିଅର ସମ୍ପର୍କ ନିବିଡ଼ ବୋଲି କୁହାଯାଏ । ବାପାଙ୍କୁ ହରାଇବାବେଳେ ଅଧିକ ଭାଙ୍ଗିପଡ଼ିଥାଏ ଝିଅ । ଆମେରିକାର ଅରକାଂଶରେ ରହୁଥିବା ଜଣେ ଝିଅଙ୍କ କ୍ଷେତ୍ରରେ ଏଭଳି କିଛି ଘଟଣା ଘଟିଛି, ଯାହା ଆପଣଙ୍କୁ ଭାବବିହ୍ୱଳ କରିପାରେ । ଚାଷ୍ଟି ପିଟରଶନ୍ ବାପାଙ୍କୁ ହରାଇଥିଲେ । ସେବେଠାରୁ ସେ ତାଙ୍କ ଫୋନ୍‌କୁ ଏକ ମେସେଜ କରିଥାନ୍ତି । ଏକଦା ସେ ବାପାଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀରେ ମଧ୍ୟ ସ୍ୱର୍ଗତ ବାପାଙ୍କ ଫୋନ୍‌କୁ ମେସେଜ ଲେଖିଥିଲେ, ଯାହାର ଜବାବ ତାଙ୍କୁ ମିଳିଥିଲା । ନିଜ ମେସେଜରେ ଚାଷ୍ଟି ଲେଖିଥିଲେ, ବାପା! ତୁମ ମୃତ୍ୟୁକୁ ଚାରିବର୍ଷ ହେଲାଣି । କିନ୍ତୁ ଏପରି ଗୋଟିଏ ଦିନ ନାହିଁ, ଯେଉଁଦିନ ମୁଁ ତୁମକୁ ମନେ ପକାଇନାହିଁ । ମୋତେ କ୍ଷମା କରିଦିଅ ବାପା । ଯେତେବେଳେ ତୁମ ପାଖେ ମୋର ରହିବା ନିତାନ୍ତ ଜରୁରୀ ଥିଲା ସେତେବେଳେ ତୁମ ପାଖରେ ନ ଥିଲି । ମାତ୍ର ସବୁଦିନ ପରି ଏହି ଲମ୍ବା ମେସେଜର ଗୋଟିଏ ଦିନ ଉତ୍ତର ଆସିବ ତାହା ସେ କଳ୍ପନା କରି ନ ଥିଲେ । ସେ ପାଇଥିବା ଉତ୍ତରରେ ଲେଖାଥିଲା, ହାୟ ସୁଇଟ୍ ହାର୍ଟ । ମୁଁ ତୁମର ବାପା ନୁହେଁ । ମାତ୍ର ୪ ବର୍ଷ ଧରି ତୁମେ ପଠାଉଥିବା ସବୁ ମେସେଜ ମୋ ପାଖକୁ ଆସିଛି । ମୋର ନାମ ବ୍ରାଡ୍ । ମୁଁ ମଧ୍ୟ ମୋର ଝିଅକୁ ୨୦୧୪ରେ ଏକ କାର୍ ଦୁର୍ଘଟଣାରେ ହରାଇଥିଲି । ମାତ୍ର ତୁମେ ପଠାଉଥିବା ଏହି ମେସେଜ ମୋତେ ବର୍ତ୍ତମାନ ପର୍ଯ୍ୟନ୍ତ ବଞ୍ଚାଇ ରଖିଛି । ଏହାକୁ ମୁଁ ଭଗବାନଙ୍କ ଏକ ବାର୍ତ୍ତା ବୋଲି ଭାବିନେଇଛି । ଅନେକ ଦିନ ଆଗରୁ ତୁମେ ପଠାଉଥିବା ମେସେଜର ରିପ୍ଲାଏ କରିବାକୁ ଚାହୁଁଥିଲି । ମାତ୍ର ଏପରି କରିବା ଦ୍ୱାରା ତୁମ ହୃଦୟରେ କଷ୍ଟ ହେବ ଭାବି କରି ନ ଥିଲି । ଆଜି ମୋ ଝିଅ ବଞ୍ଚିଥିଲେ ତୁମ ଭଳି ହୋଇଥାନ୍ତା । ପ୍ରତିଦିନର ମେସେଜ ପାଇଁ ଧନ୍ୟବାଦ । ଏହି ୨ଟି ମେସେଜର ସ୍କ୍ରିନ୍‌ଶର୍ଟ ନେଇ ଚାଷ୍ଟି ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ