ଧାମନଗର କୃଷିବିଭାଗ ପକ୍ଷରୁ କୃଷି ରଥ ଉଦଘାଟିତ
ଧାମନଗର (ସନ୍ତୋଷ କୁମାର ପ୍ରଧାନ)ଧାମନଗର ବ୍ଲକ କୃଷି ବିଭାଗ କାର୍ଯ୍ୟାଳୟ ପକ୍ଷରୁ ସମୋବାର କୃଷିରଥ ପରିକ୍ରମା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ସୂଚନା,ଯୋଜନା, ସହାୟତା ଓ ଅବଗତ କରାଇବା ପାଇଁ ଏହି କୃଷି ରଥ ଶୁଭାରମ୍ଭ ହୋଇଅଛି। ଧାମନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଭଦ୍ରକ ସାଂସଦଙ୍କ ପ୍ରତିନିଧି ନାରାୟଣ ଚନ୍ଦ୍ର ସାହୁ,ଧାମନଗର ବିଧାୟକଙ୍କ ପ୍ରତିନିଧି ଅଶୋକ କୁମାର ପୁହାଣ ଉପସ୍ଥିତ ରହି କୃଷି ରଥକୁ ପତକା ଦେଖାଇ ଶୁଭ ଉଦଘାଟନ କରିଥିଲେ। କୃଷି ବିଭାଗ ପକ୍ଷରୁ ଗୋଷ୍ଟି କୃଷି ଅଧିକାରୀ ଭାସ୍କର ଚନ୍ଦ୍ର ଦାସ କୃଷି ରଥ ପରିଭ୍ରମଣ ଉଦ୍ଦେଶ୍ୟ ବିଷୟରେ ବକ୍ତବ୍ୟ ମାଧ୍ୟମରେ ମୂର୍ତ୍ତିକା ପରୀକ୍ଷା ବିହନ ବିସୋଦ୍ଧନ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟଗ ଯୋଜନା,ଧାନ ଧାଡ଼ିରୁଆ ଓ ଅନ୍ୟାନ୍ୟ କୃଷି କାର୍ଯ୍ୟକ୍ରମ ବିଷୟରେ ସୂଚନା ଲୋକଙ୍କ ପାଖରେ ପହଚାଇବା ପାଇଁ କୃଷିରଥ ସହାୟକ ହେବ ବୁଲି ସେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଭାଗର ମାନସ କୁମାର ରାଉତ, ପ୍ରଶାନ୍ତ କୁମାର ପଣ୍ଡା, ଗ୍ରାମ୍ୟ କୃଷ ଅଧିକାରୀ ଶାନ୍ତନୁ କୁମାର ଯେନା,ଅଜୟ କୁମାର ଦାସ ,ନିଶାକର ବେହେରା ପରିଚାଳନା କରିଥିଲେ। ଦୋବଲ ଜୋନ ଜିଲ୍ଲା ପରିଷଦ ସଭ୍ୟ ମନୋଜ ମଲ୍ଲିକଙ୍କ ସହ ବହୁ କର୍ମୀ ଉପସ୍ଥିତ ଥିଲେ।


