ରୋଡ୍ ଟ୍ୟାକ୍ସ ଜମା ହୋଇନଥିବାରୁ ଅମିତାଭଙ୍କ ଲକ୍ଜରୀ କାର ସିଜ୍
ମୁମ୍ମ୍ବାଇ: ବଲିଉଡ଼ର ବିଗ୍ ବି ଅମିତାଭ ବଚ୍ଚନଙ୍କ କାରକୁ ପରିବହନ ବିଭାଗ ଅଧିକାରୀମାନେ ସିଜ୍ କରିଛନ୍ତି। ବେଙ୍ଗାଲୁରୁରେ ରୋଲ୍ସ ରୟସ୍, ଫେରାରି ଏବଂ ପର୍ଶ କାର ଭଳି ୧୦ଟି ଲକ୍ଜରୀ କାର ଜବତ କରିଛନ୍ତି। ସେଥିମଧ୍ୟରୁ ଗୋଟିଏ କାର ଅମିତାଭ ବଚ୍ଚନଙ୍କ ନାଁରେ ପଞ୍ଜିକୃତ ରହିଛି। ରୋଡ୍ ଟ୍ୟାକ୍ସ ଜମା ହୋଇନଥିବା ନେଇ ଏହି ସବୁ କାର ସିଜ୍ କରିଛି ପରିବହନ ବିଭାଗ। ଅଧିକାରୀମାନେ ସହରରେ ଟ୍ରାଫିକ୍ ନିୟମ ଭାଙ୍ଗିବା, ନକଲି କାଗଜପତ୍ର ଏବଂ ରୋଡ୍ ଟ୍ୟାକ୍ସ ନଭରିବା ଯୋଗୁ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।ସପ୍ତାହାନ୍ତରେ ବହୁ ଦାମୀ କାର ନୋ ପାର୍କିଂ ଅଞ୍ଚଳରେ ପାର୍କ ହୋଇଥିବା ଦେଖିବାକୁ ପାଇଥିଲେ ବିଭାଗୀୟ ଅଧିକାରୀ। ଏହି ସମୟରେ ସେମାନେ ସେହି କାର ଗୁଡ଼ିଗର ନମ୍ବର ଲେଖି ରଖିଥିଲେ। ଏହା ପରେ କାରଗୁଡ଼ିକର ସମସ୍ତ କୁଣ୍ଡଳୀ ବାହାର କରିଥିଲେ। କେଉଁ ଗାଡ଼ିର କାଗଜପତ୍ର ଠିକ୍ ନାହିଁ, କେଉଁ କାରରେ ରୋଡ୍ ଟ୍ୟାକ୍ସ ଦିଆଯାଇନି ଆଦି ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଏକାଠି କରିବା ପରେ ପରିବହନ ବିଭାଗ ପକ୍ଷରୁ ସୋମାବର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।


