ମାଟ୍ରିକ୍ ଅଫ୍ଲାଇନ୍ ପରୀକ୍ଷାଫଳ ପ୍ରକାଶ: ପାସ୍ ହାର ୮୦.୮୩ %
ଭୁବନେଶ୍ବର (ୱାଇଏନ୍ଏସ୍):ଆଜି ମାଟ୍ରିକ ଅଫଲାଇନ ପରୀକ୍ଷା ଦେଇଥିବା ମୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩ ଜଣ ପାସ କରିଛନ୍ତି ଏବଂ ୧୪୧ ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି। ଚଳିତ ବର୍ଷ ମାଟ୍ରିକ ଅଫଲାଇନ ମୋଟ ପାସ ହାର୮୦.୮୩% ରହିଛି। ମାଟ୍ରିକ ଅଫଲାଇନ ପରୀକ୍ଷାରେ ୨୭୧ ପିଲାଙ୍କ ଗ୍ରେଡ ବଢ଼ିଛି। ଅନଲାଇନ ମାର୍କିଂରେ ଯେତିକି ପାଇଥିଲେ ଅଫଲାଇନରେ ମାର୍କ ବଢ଼ିଛି। ତେବେ ୪୫୯ ଛାତ୍ରଛାତ୍ରୀଙ୍କ ଅଫଲାଇନ ଗ୍ରେଡ ହ୍ରାସ ପାଇଲା। ଅନଲାଇନରେ ପାଇଥିବା ଗ୍ରେଡ ଅଫ୍ ଲାଇନରେ ଖସିଗଲା। ଅନଲାଇନ ମାର୍କିଂରେ ଅସନ୍ତୁଷ୍ଟ ହୋଇ ଦେଇଥିଲେ ଅଫଲାଇନ ପରୀକ୍ଷା। ମାଟ୍ରିକ ଅଫଲାଇନରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଛାତ୍ରଙ୍କ ସଂଖ୍ୟା ୩୧୦୦ ରହିଥିବାବେଳେ ଛାତ୍ରୀଙ୍କ ସଂଖ୍ୟା ୨୧୩୩ ରହିଛନ୍ତି। ଏ୧ ପାଇଛନ୍ତି ମୋଟ ୪୨ ଜଣ ଛାତ୍ରଛାତ୍ରୀ। ସେହିପରି ଏ୨-୨୫୫, ବି୧- ୩୪୮, ବି୨- ୪୫୮,ସି-୫୯୯,ଡି- ୮୪୬, ଇ-୨୬୮୫, ଏଫ- ୧୪୧ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି।ଅନ୍ଲାଇନ୍ ମାର୍କିଂରେ ଅସନ୍ତୁଷ୍ଟ ହୋଇ କିମ୍ବା ଫର୍ମଫିଲଅପ୍ ପରେ କୌଣସି କାରଣରୁ ପରୀକ୍ଷା ଦେଇପାରିନଥିବା ଅଥବା ଫେଲ ହୋଇଥିବା ଛାତ୍ରଛାତ୍ରୀ ଅଫଲାଇନରେ ପରୀକ୍ଷା ଦେଇଥିଲେ।


