ଉପଭୋକ୍ତା ଓ ଆର୍ଥିକ ସଂସ୍ଥା ମତ ବିନିମୟ କର୍ମଶାଳା

କୋଣାର୍କ, ( ଗଣେଶ ବେହେରା): କୋଣାର୍କ ସ୍ଥିତ ଯାତ୍ରୀ ନିବାସ ବାଙ୍କୁଏତ ହଲ ସମ୍ମିଳନୀ କକ୍ଷ ଠାରେ ଦିଲ୍ଲୀର ସାଧନ ଅନୁଷ୍ଠାନ ପକ୍ଷରୁ ସମାଜର ଆର୍ଥିକ ଅସ୍ବଛଳ ଗୋଷ୍ଠୀ ନିମନ୍ତେ ଗୃହ ନିର୍ମାଣ ସମ୍ବନ୍ଧୀୟ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ରାଜ୍ୟ ପୂର୍ବତନ ସୂଚନା କମିଶନର ତଥା ସାମାଜିକ ଅନୁଷ୍ଠାନ ସିଓ୍ବାଇଏସଡି ର ପ୍ରତିଷ୍ଠାତା ଶ୍ରୀ ଜଗଦାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜର ଅନଗ୍ରସର ଓ ପଛୁଆବର୍ଗ ଙ୍କ ନିମନ୍ତେ ପକ୍କା ଘରଟିଏ କିପରି ସହଜରେ ଏବଂ ସୁନ୍ଦର ଭାବରେ ତିଆରି ହୋଇପାରିବ ସେ ମତବ୍ୟକ୍ତ କରିଥିଲେ। ଗରିବ ଲୋକ ମାନଙ୍କ ପାଇଁ କିପରୀ କଚ୍ଚାଘରରୁ ପକ୍କା ଘରଟିଏ ପରିବର୍ତିତ ହୋଇପାରିବ ସେ ଆଲୋକପାତ କରିଥିଲେ। ସାଧନା ସାମାଜିକ ଅନୁଷ୍ଠାନ ଦ୍ଵାରା ପ୍ରତିଷ୍ଠିତ ପୁରୀ ଓ କୋଣାର୍କରେ ଅବସ୍ଥିତ ଗୃହ ନିର୍ମାଣ ସହଯୋଗ କେନ୍ଦ୍ରର ପ୍ରଶଂସା କରିବା ସହ ଏହି ଗୃହ ନିର୍ମାଣ କେନ୍ଦ୍ର କିପରି ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରତିଷ୍ଠିତ ହୋଇପାରିବ ସେ ସମ୍ପର୍କରେ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିବା ନିମନ୍ତେ ମୁଖ୍ୟ ଅତିଥି ଶ୍ରୀ ଜଗଦାନନ୍ଦ ମତ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଏମ ଶ୍ରୀନିବାସ ଯୋଗଦେଇ ସରକାରୀ ସ୍ତରରେ ଥିବା ଗୃହ ନିର୍ମାଣ ସମ୍ବନ୍ଧୀୟ ତଥ୍ୟଗୁଡ଼ିକୁ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପୁରୀ ଯୁନିଅନ ବ୍ୟାଙ୍କ ଶାଖା ପରିଚାଳକ ରାଜେଶ ସାହୁ, ଓରମାସପୁରୀର ଉପ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ଦାଶ, ଦରବାର ସାହିତ୍ୟ ସଂସଦ, ଅନ୍ନପୂର୍ଣ୍ଣା, ସତ୍ୟ କ୍ୟାପିଟାଲ, ଜନ ସ୍କୁଲ ଫାଇନାସ ବ୍ୟାଙ୍କ ପ୍ରମୁଖ ସଂସ୍ଥାର ରାଜ୍ୟ ପ୍ରତିନିଧିଗଣ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି କାର‌୍ୟ୍ୟକ୍ରମ କୁ ସାଧନ, ଦିଲ୍ଲୀ କାର‌୍ୟ୍ୟାଳୟ ତଥା ଗୃହ ନିର୍ମାଣ ସହଯୋଗ କେନ୍ଦ୍ରର ବରିଷ୍ଠ ପରିଚାଳିକା ସଂଗୀତ ନାୟକ ଯୋଗଦେଇ ଉପଭୋକ୍ତା ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସାଧନ ସାମାଜିକ ଅନୁଷ୍ଠାନର ଯୋଗାଯୋଗ ବିଶେଷଜ୍ଞ ରିତୁପୂର୍ଣା ଘୋଷ, ଆଶୁତୋଷ ଦାସ, ମହତାବ ଆଲମ, ଲୋପାମୁଦ୍ରା ଜେନା, ସୁରେଶ ସ୍ବାଇଁ, ଦେବାଶିଷ ସ୍ବାଇଁ ଓ ଜୋସ୍ନା ରାଣୀ ସ୍ବାଇଁ ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ