୫ଟି ରୂପାନ୍ତରିକରଣ କାର୍ଯ୍ୟ ଅନୁଧ୍ୟାନ କଲେ ଜିଲ୍ଲାପାଳ
କୋଣାର୍କ, (ଗଣେଶ ବେହେରା): ମଂଗଳବାର ପୂର୍ବାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମା ୫ଟି ରୂପାନ୍ତରିକରଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । କୋଣାର୍କ ଉଚ୍ଚ ବିଦ୍ୟାଳୟକୁ ସ୍ମାଟ ବିଦ୍ୟାଳୟ ଭାବେ ଚୟନ କରାଯାଇଛି । ସରକାରଙ୍କ ୫ଟି ରୂପାନ୍ତରିକରଣ ଯୋଜନାରେ ୪୫ ଲକ୍ଷ ବ୍ୟୟ ଅଟକଳରେ ବିଦ୍ୟାଳୟର ଉନ୍ନତିକରଣ କରାଯାଇ ସ୍ମାର୍ଟ କ୍ଲାସ ରୁମ,ଇ ଲାଇବ୍ରେରୀ,ଲାବୋରେଟାରୀ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ କରାଯିବ । ବିଦ୍ୟାଳୟ ପରିସରରେ ନୂତନ ଗୃହ ନିର୍ମାଣ,ନୂତନ ଲାଇବ୍ରେରୀ ଓ ଇ-କ୍ଲାସରୁମ ନିର୍ମାଣ କାର୍ଯ୍ୟ ଚାଲିଛି । ଜିଲ୍ଲାପାଳ ଏଠାରେ ପହଂଚିବା ପରେ ବିଦ୍ୟାଳୟର କ୍ଲାସରୁମ,ଲାଇବ୍ରେରୀ,ନୂତନ ଗୃହ,ଶୈାଚାଳୟ,ଖେଳପଡିଆ ଆଦି ସ୍ତାନ ବୁଲି ଦେଖିଥିଲେ । ସବୁ କାର୍ଯ୍ୟରେ ବିଳମ୍ବ ହେଉଥିବାରୁ ଅସନ୍ତୋଷ ପ୍ରକାଶ କରିବା ସହିତ ଖୁବଶୀଘ୍ର କାର୍ଯ୍ୟ ସାରିବାକୁ ଗୋପ ବିଡିଓଙ୍କୁ ତାଗିଦ କରିଥିଲେ । କୋଣାର୍କ ବିଦ୍ୟାଳୟର ଜମିଜମା ସମସ୍ୟା,ବିଦ୍ୟାଳୟ ସମ୍ମୁଖରେ ଜବରଦଖଲ ଉଛେଦ ଆଦି ବିଭିନ୍ନ ସମସ୍ୟା ସଂପର୍କରେ ଆଲୁମନି କମିଟି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୫ଟି ରୂପାନ୍ତରିକରଣ ଯୋଜନାରେ ସମସ୍ତ କାର୍ଯ୍ୟ ଆସନ୍ତା ମାସରେ ସରିବା ପାଇଁ ଲକ୍ଷ ରହିଥିବାବେଳେ ଆସନ୍ତା ୭ଦିନ ମଧ୍ୟରେ ବିଦ୍ୟାଳୟ ସମ୍ମୁଖରୁ ଜବରଦଖଲ ଉଛେଦ ହେବ ବୋଲି ଜିଲ୍ଲାପାଳ ଶ୍ରୀବର୍ମା କହିଥିଲେ । ଏହି ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦେଶକ ଜ୍ୟୋତିଶଙ୍କର ମହାପାତ୍ର,ଗୋପ ବିଡିଓ ଦିପ୍ତିରାଣୀ ଦାସ,ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରି ଉତ୍କଳିକା ବେହେରା,ସହକାରୀ ଶିକ୍ଷକ କୃଷ୍ନଚନ୍ଦ୍ର ଦଳାଇ, କମିଟି ସଂପାଦକ ମାନସ ରଂଜନ ପାତ୍ର,ପରିଚାଳନା କମିଟି ସଭାପତି କରୁଣାକର ବାରିକ,ରାମକୃଷ୍ନ ମହାନ୍ତି,ଭରତ ଚନ୍ଦ୍ର ପାଢୀ,ପ୍ରମୁଖ ପୁରାତନ ଛାତ୍ର ଉପସ୍ତିତ ଥିଲେ ।


