ନାବାଳିକାକୁ ବଳାତ୍କାର ଅଭିଯୋଗ

ହିଞ୍ଜିଳିକାଟୁ (ଶେଷଦେବ ସାହୁ): ହିଂଜିଳି ଥାନା ଅନ୍ତର୍ଗତ ଏକ ଗ୍ରାମରେ ରବିବାର ସଂଧ୍ୟାରେ ଜଣେ ନାବାଳିକାଙ୍କୁ ସେହି ଗ୍ରାମର ଜଣେ ଯୁବକ ଘରେ ପଶି ବଳତ୍କାର ଉଦ୍ୟମ କରିଥିବା ଥାନାରେ ଅଭିଯୋଗ ହୋଇଛି । ଏଥିନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ନାବାଳିକାଙ୍କ ବାପା ଅନ୍ୟ ରାଜ୍ୟରେ କାର୍ଯ୍ୟ କରୁଛନ୍ତି । ନାବାଳିକାଙ୍କ ମାଆ ଓ ସାନ ଭାଇ ଘରେ ନଥିବା ସୁଯୋଗ ନେଇ ଅଭିଯୁକ୍ତ ଜଣକ ବଳ ପୂର୍ବକ ନାବାଳିକାଙ୍କ ଘରେ ପଶି ବଳତ୍କାର ଉଦ୍ୟମ କରିଥିଲେ । ତେବେ ନାବାଳିକା ଜଣକ ପାଟି କରିବା ଫଳରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଅଭିଯୁକ୍ତ । ଅନ୍ୟ ପକ୍ଷରେ ଅଭିଯୁକ୍ତ ଜଣକ ଅସାମାଜିକ ସ୍ତରର ହୋଇଥିବାରୁ ପୋଲିସରେ ଅଭିଯୋଗ କଲେ ପରିଣତି ଭୟାଭୟ ହେବ ବୋଲି ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ