ଗଜପତିର ଡ. ନରସିଂହ ଚରତୀଙ୍କୁ ଆନ୍ତର୍ଜାତୀୟ ପାରମ୍ପରିକ ଔଷଧ ଆରୋଗ୍ୟକାରୀ ପୁରସ୍କାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରମ୍ପାରିକ ଔଷଧ ଏବଂ ଆୟୁର୍ବେଦିକ ଚିକିତ୍ସା ପ୍ରଣାଳୀରେ ଦକ୍ଷତା କ୍ଷେତ୍ରରେ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କେ.ସୀତାପୁର ଗ୍ରାମର ବାସିନ୍ଦା ଡ.ନରସିଂହ ପ୍ରସାଦ ଚରତିଙ୍କୁ ସର୍ବୋତ୍ତମ ଆନ୍ତର୍ଜାତୀୟ ପାରମ୍ପାରିକ ଔଷଧ ଆରୋଗ୍ୟକାରୀ ପୁରସ୍କାର ପ୍ରଦାନ କରାଯାଇଛି । ଡ. ଚରତି ଜଣେ ବିକଳ୍ପ ଔଷଧ ଅଭ୍ୟାସକାରୀ ବ୍ୟକ୍ତିତ୍ୱ । ତେଲେଙ୍ଗାନା ସ୍ଥିତ ଏଫଟିସିସିଆଇ ବିଲ୍ଡିଂରେ କେଏଲ୍ଏନ୍ ପ୍ରସାଦ ଅଡିଟୋରିୟମରେ ଏଚଏମ୍ଆର୍ଏଫ ଦ୍ୱାରା ଆୟୋଜିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଡା. ଚରତିଙ୍କୁ ମାନବିକତା ସ୍ୱାସ୍ଥ୍ୟ ସେବା ଭଳି ଉତ୍କର୍ଷତା କାର୍ଯ୍ୟ ପାଇଁ ଗତ ୨୯ ଅଗଷ୍ଟ ୨୦୨୧ରେ ତେଲେଙ୍ଗାନା ରାଜ୍ୟର କ୍ରୀଡା ମନ୍ତ୍ରୀ ତଥା ରାଜ୍ୟର ଅନ୍ୟ ପ୍ରତିଷ୍ଠିତ ଡାକ୍ତରଙ୍କ ଉପସ୍ଥିତିରେ ହାଇଦ୍ରାବାଦ ଠାରେ ଭାରତର ପୁଷ୍ଟିକର ବିଶେଷଜ୍ଞ ଡା. ବିଶ୍ୱରୂପ ରାୟ ଚୌଧୁରୀ ଏବଂ ନୋବଲ ଶାନ୍ତି ପୁରସ୍କାରଧାରୀ, ଆନ୍ତର୍ଜାତୀୟ ଶାନ୍ତି ରାଷ୍ଟ୍ରଦୂତ ଡ. ମଧୁ କୃଷ୍ଣ, ମାନବିକତା ଦିବସ ଅବସରରେ ଏହି ମହାନ ଆନ୍ତର୍ଜାତୀୟ ପାରମ୍ପାରିକ ଔଷଧ ଆରୋଗ୍ୟକାରୀ ପୁରସ୍କାର ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପ୍ରଫେସର ଡ. ଦୀପକ ରାଉତ । ପରିଶେଷରେ କେ.ସୀତାପୁର ଭଳି ଏକ ଛୋଟ ପଲ୍ଲୀ ଗ୍ରାମରେ ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ ସାଧନ ପାଇଁ ଶପଥ ଗ୍ରହଣ କରିନେଇ ଭବିଷ୍ୟତରେ ଶାନ୍ତି ଓ ପ୍ରେମର ବାର୍ତ୍ତା ପ୍ରେରଣ କରିବାରେ ମଧ୍ୟ ବ୍ରତୀ ରହିବେ ବୋଲି ଡ.ଚରତୀ ସମ୍ପୂର୍ଣ୍ଣ ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି । ସେ ନିଜ ବାପାଙ୍କ ପ୍ରେରଣାରୁ ହିଁ ଏଇ ମହାନ ସ୍ୱପାସ୍ଥ୍ୟସେବା କାର୍ଯ୍ୟକୁ ଆପଣେଇଛନ୍ତି । ଡ. ଚରତୀଙ୍କ ଏବଲି କୃତିତ୍ୱ ଯୋଗୁଁ ତାଙ୍କୁ ବିଭିନ୍ନ ମହଲରେ ଅଶେଷ କୃତଜ୍ଞତା କରାଯାଇଛି ।


