ଜାତୀୟ ମେଧାବୃତ୍ତି ପାଇଁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କଠାରୁ ଦରଖାସ୍ତ ଆହ୍ୱାନ

ବାଲେଶ୍ୱର,(ସରୋଜ ପଣ୍ଡା): ଜାତୀୟ ମେଧାବୃତ୍ତି (ନ୍ୟାସନାଲ ସ୍କଲାରସିପ)ପାଇଁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଜାତୀୟ ମେଧାବୃତ୍ତି ପୋର୍ଟାଲ ବା ନ୍ୟାସନାଲ ସ୍କଲାରସିପ ପୋର୍ଟାଲ ଜରିଆରେ ଆବେଦନ ନିମନ୍ତେ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ନେଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଛାତ୍ରଛାତ୍ରୀମାନେ ୱେବସାଇଟରେ ନିଜ ନାମ ପଞ୍ଜୀକରଣ ସହ ଦରଖାସ୍ତ ଦାଖଲ କରିପାରିବେ । ମାଟ୍ରିକ ପୂର୍ବ ଶ୍ରେଣୀ (ପ୍ରି ମାଟ୍ରିକ) ମେଧାବୃତ୍ତି ଆବେଦନ ପାଇଁ ୧୫ ନଭେମ୍ବର ୨୦୨୧କୁ ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଥିବା ବେଳେ ମାଟ୍ରିକ ପରବର୍ତ୍ତୀ (ପୋଷ୍ଟ ମାଟ୍ରିକ) ମେଧାବୃତ୍ତି ଏବଂ ଉଚ୍ଚ ଶ୍ରେଣୀ ଶିକ୍ଷା ପାଇଁ ୩୦ ନଭେମ୍ବର ୨୦୨୧କୁ ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି । ଦରଖାସ୍ତ ଯାଞ୍ଚର ଶେଷ ତାରିଖ ୧୫ ଡିସେମ୍ବର ୨୦୨୧ ରଖାଯାଇଛି । ସେହିପରି ରାଜ୍ୟସ୍ତରରେ ଯାଞ୍ଚ ପ୍ରକ୍ରିୟାର ଶେଷ ତାରିଖ ୩୧ ଡିସେମ୍ବର ୨୦୨୧ ରଖାଯାଇଛି । ଭାରତ ସରକାରଙ୍କ ଦ୍ୱାରା ରାଜ୍ୟ ପାଇଁ ସୀମିତ ସଂଖ୍ୟକ ମେଧାବୃତ୍ତି ମଞ୍ଜୁର କରାଯାଇଥିବା ବେଳେ ଏହାକୁ ‘ପ୍ରଥମେ ଆସନ୍ତୁ, ପ୍ରଥମେ ପାଆନ୍ତୁ’(ଫାଷ୍ଟ କମ, ଫାଷ୍ଟ ସର୍ଭ) ନୀତି ମାଧ୍ୟମରେ ବଂଟନ କରାଯିବାକୁ ସିଦ୍ଧାନ୍ତ ନିଆଯାଇଛି । ତେଣୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ ଯେପରି ଆବେଦନ କରିପାରିବେ ଓ କୌଣସି ବି ଯୋଗ୍ୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଯେପରି ଆବେଦନ ପ୍ରକ୍ରିୟାରୁ ବଞ୍ôଚତ ନ ହେବେ ତାହା ସୁନିଶ୍ଚିତ କରିବାକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସମସ୍ତ ପଞ୍ଜୀକୃତ ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କୁ ଅବଗତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ